Badminton

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ

ଓଡ଼ିଶା ପାଇଁ ଗର୍ଭ ଆଣିଲେ ପ୍ରମୋଦ। ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତରେ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସେ ଉଭୟ ଏକକ ଓ ଯୁଗଳରେ ଟ୍ରଫି ଜିତି ଏହି ସଫଳତା ପାଇଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍ରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ବିପକ୍ଷ ପ୍ରଥମ ସେଟ୍କୁ ୨୧-୧୯ରେ ଜିତି ନେଇଥିଲେ। ତେବେ ଦ୍ବିତୀୟ ସେଟ୍ରେ କୌଣସି କାରଣରୁ ବେଥେଲ ଓହରି ଯିବାରୁ ପ୍ରମୋଦ ବିଜୟୀ ହୋଇଥିଲେ। ଏଥିସହ ପ୍ରମୋଦ ଚଳିତ ଋତୁରେ ପ୍ରଥମ ଏକକ ସ୍ବର୍ଣ୍ଣ ଜିତିବାର ଗୌରବ ପାଇଥିଲେ। ପୁରୁଷ ଯୁଗଳରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ସୁକାନ୍ତ କଦମ ୧୮-୨୧, ୨୧-୧୪, ୨୧-୧୯ରେ ନିଜ ଦେଶର ଅନ୍ୟ ଏକ ଯୋଡ଼ି ନୀତେଶ କୁମାର ଓ ତରୁଣଙ୍କୁ ମାତ୍ ଦେଇଥିଲେ। ଚଳିତ ବର୍ଷ ପ୍ରମୋଦଙ୍କ ଏହା ତୃତୀୟ ଯୁଗଳ ବର୍ଗ ସ୍ବର୍ଣ୍ଣ। ଏହି ବର୍ଗରେ ସେମିଫାଇନାଲ୍ରେ ହାରିଥିବା ଅନ୍ୟ ଜଣେ ଓଡ଼ିଆ ଦୀପ ରଂଜନ ବିଶୋଇ ରବିବାର କାଂସ୍ୟ ପଦକ ଜିତିଥିଲେ। ଏହି ସଫଳତା ଲାଗି ଓଡ଼ିଶା ପାରା କ୍ରୀଡ଼ା ସଂଘ ଅଭିନନ୍ଦନ ଜଣାଇଛି।

Related posts

୧୯ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରକୁ ୩ ପଦକ

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

Odisha Sports Bureau