Cricket

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍

ନୂଆ ଦିଲ୍ଲୀ : ବାଂଲାଦେଶର ବୋଲିଂ କୋଚ୍ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ । ବର୍ତ୍ତମାନ ବାଂଲାଦେଶ ଟିମର କୋଚ୍ ଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଆଲାନ୍ ଡୋନାଲ୍ଡ, ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି । ବିଶ୍ୱ କ୍ରିକେଟରେ ଜଣେ ପ୍ରସିଦ୍ଧ ବୋଲର୍ ଭାବେ ବିଶ୍ୱ କ୍ରିକେଟରେ ଜଣାସୁଣା । ହେଲେ ଗୋଟିଏ ଘଟଣା ପାଇଁ ପ୍ରାୟ ଦୁଇ ଦଶନ୍ଧୀ ପରେ ରାହୁଲଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସୁଚନା ଅନୂଯାୟୀ ୧୯୯୭ ମସିହାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଏକ ଦିନିକିଆ ମ୍ୟାଚ୍ ହେଉଥିଲା । ୧୯୯୭ ମସିହାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଏକ ଦିନିକିଆ ମ୍ୟାଚ୍ ହେଉଥିଲା । ଆଉ ସେହି ମ୍ୟାଚ୍ ରେ ଡୋନାଲ୍ଡଙ୍କ ଦ୍ରୁତ ବୋଲିଂ ଓ ସ୍ଲେଜିଂର ଶିକାର ହୋଇଥିଲେ ରାହୁଲ ଦ୍ରାବିଡ । ତେବେ ସେ ସମୟରେ ସଚ୍ଚିନ ଓ ରାହୁଲଙ୍କ ବ୍ୟାଟିଂ ଯୋଡିକୁ ଭାଙ୍ଗିବାକୁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଏପରି ରଣନୀତି ଆପଣାଇଥିଲେ । ହେଲେ ସ୍ଲେଜିଂ କରିବା ସମୟରେ ସୀମା ଟପିଯାଇଥିଲେ ଡୋନାଲ୍ଡ । ଯାହାର ଦୀର୍ଘ ବର୍ଷ ପରେ, ସେ ନିଜ ଭୁଲ ବୁଝି ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି ।

Related posts

ଇଣ୍ଡିଆ-ନିୟୁଜଲ୍ୟାଣ୍ଡ:ପାର୍ଥାବ ପଟେଲ ଶତକରୁ ବଞ୍ଚିତ, ଭାରତ ଏ ସଂଗ୍ରହ କଲା ବିଶାଳ ସ୍କୋର, ଭାରତୀୟ ବୋଲର୍ କରିଲେ ନିରାଶ

Odisha Sports Bureau

କହିଲେ ବିଶ୍ୱକପ୍ ନେଇ ପାରେ ଭାରତ, ଭବିଷ୍ୟବାଣୀ ଶୁଣି କାନ୍ଦିଲା ପାକିସ୍ତାନ

Odisha Sports Bureau

ଛାଡପତ୍ର ନେଲେ ଶିଖର ଧୱନ-ଆୟେଶା; ପିଲାର କଷ୍ଟଡି ନେଇ କୋର୍ଟ ଶୁଣାଇଲେ ଏହି ନିଷ୍ପତ୍ତି

Odisha Sports Bureau