Cricket

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କ୍ରିକେଟର ଶବ୍ଦ କାଟିଲେ ଭୁବି

ବ୍ୟୁରୋ :ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଲଗାତାର ଭାବେ ନୈରାଶ୍ୟ ପ୍ରଦର୍ଶନଦେବାରୁ ଭାରତୀୟ ଟିମକୁ ପ୍ରତ୍ୟାବର୍ତ୍ତନ କରି ପାରୁନାହାନ୍ତି । ଏପରି ସେ ଅନେକ ସମୟରେ ତାଙ୍କୁ ସମାଲୋଚନାର କରାଯାଇଛି । ଏବେ ଭୁବନେଶ୍ୱର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରୁ କ୍ରିକେଟର ଶବ୍ଦଟିକୁ ଉଠାଇ ଦେଇଛନ୍ତି । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ତାଙ୍କ ବାୟୋରେ ଇଣ୍ଡିଆନ୍ କ୍ରିକେଟର୍ ଲେଖା ଯାଇଥିଲା ଓ ଓଏବେ କିନ୍ତୁ ସେ କ୍ରିକେଟର୍ ହଟାଇ ଦେଇଛନ୍ତି କେବଳ ଇଣ୍ଡିଆନ୍ ରଖିଛନ୍ତି । ତାଙ୍କର ଏହି ଆଚରଣରୁ ସେ କ୍ରିକେଟରେ ସନ୍ୟାସ ନେଉଛନ୍ତି ବୋଲ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।। ଯଦିଓ ଏହାର କାରଣ ସଂକ୍ରାନ୍ତରେ ଭୁବନେଶ୍ବର କିଛି ସ୍ପଷ୍ଟ କରିନାହାନ୍ତି, ତଥାପି ସେ କ୍ରିକେଟ୍ରୁ ସନ୍ୟାସ ନେଉଥିବା ସଂପର୍କରେ ଚୁପ୍ଚାପ୍ ତାଙ୍କ ପ୍ରଶଂସକଙ୍କୁ ଜଣାଉଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ବର ଶେଷଥର ପାଇଁ ଗତବର୍ଷ ନଭେମ୍ବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନାପିଏର୍ରେ ଖେଳିଥିଲେ।

Related posts

ସ୍ପଷ୍ଟ କଲେ ସିଏସକେ ଅଧିକାରୀ, ଅବସର ନେବେ ନାହିଁ ଧୋନୀ

Odisha Sports Bureau

ବିଶ୍ୱକପରୁ ବାହାରିଲେ ପାକ୍ ଫାଷ୍ଟ ବୋଲର ନସିମ ଶାହା

Odisha Sports Bureau

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

Odisha Sports Bureau