Cricket

ଟି୨୦ ବିଶ୍ୱକପ୍ ୨୦୨୬ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ଆଘାତଗ୍ରସ୍ତ ହେଲେ ହର୍ଷିତ ରାଣା

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଘାତ ସମସ୍ୟା ଅବିରତ ଭାବେ ବଢ଼ିଚାଲିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ଆହତ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚ୍ ସମୟରେ ସେ ଆଣ୍ଠୁ ଆଘାତ ପାଇଥିଲେ। ଆଘାତ ପରେ ହର୍ଷିତ ରାଣା ଭୟଙ୍କର କଷ୍ଟ ଅନୁଭବ କରୁଥିବା ଦେଖାଯାଇଥିଲା। ସେ ଠିକ୍‌ଭାବେ ଚାଲିପାରୁନଥିବା ସହିତ ଗୋଟିଏ ପାଦ ଆଗକୁ ବଢ଼ାଇବାରେ ମଧ୍ୟ ଅସୁବିଧା ଅନୁଭବ କରୁଥିଲେ। ମ୍ୟାଚ୍ ସମୟରେ ସେ ଆଣ୍ଠୁ ଧରି ଛୋଟେଇ ଛୋଟେଇ ଚାଲୁଥିବା ଦୃଶ୍ୟ ଦଳ ପରିଚାଳନାକୁ ଚିନ୍ତାରେ ପକାଇଛି।

ଫେବୃଆରୀ ୪ ତାରିଖରେ ନଭି ମୁମ୍ବାଇରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ବିଶ୍ୱକପ୍ ୨୦୨୬ର ଏକ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରିଥିଲା। ମ୍ୟାଚ୍ ସମୟରେ ହର୍ଷିତ ରାଣା ଆଘାତ ପାଇଥିଲେ। ଆଘାତର ଗମ୍ଭୀରତା ଏଥିରୁ ଅନୁମାନ କରାଯାଇପାରେ ଯେ ହର୍ଷିତ ରାଣା କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲେ ଏବଂ ସେଥିରେ ୧୬ ରନ୍ ଦେଇଥିଲେ। ସ୍ପୋର୍ଟଷ୍ଟାର ରିପୋର୍ଟ ଅନୁସାରେ, ଗୋଟିଏ ଓଭର ମଧ୍ୟରେ ଦୁଇଥର ସେ ତାଙ୍କର ରନ୍-ଅପ୍ ବନ୍ଦ କରିଥିଲେ, ପରେ ଆଣ୍ଠୁ ଧରି ପଡ଼ିଆ ବାହାରକୁ ଚାଲିଯାଇଥିଲେ। ବର୍ତ୍ତମାନ ସୁଦ୍ଧା ହର୍ଷିତ ରାଣାଙ୍କ ଆଘାତର ଗମ୍ଭୀରତା ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳିନାହିଁ। ଯଦି ଆଘାତ ଗମ୍ଭୀର ହୁଏ, ତେବେ ଏହା ଟିମ୍ ଇଣ୍ଡିଆ ପାଇଁ ବଡ଼ ଚିନ୍ତାର ବିଷୟ ହେବ, କାରଣ ହର୍ଷିତ ବୋଲିଂ ସହିତ ଲୋୱର୍-ଅର୍ଡର ବ୍ୟାଟିଂରେ ମଧ୍ୟ ଉପଯୋଗୀ ଖେଳାଳି।

Related posts

ଟି୨୦ ବିଶ୍ଵକପ୍ ୨୦୨୬: ନେଦରଲ୍ୟାଣ୍ଡସ୍‌କୁ ୩ ୱିକେଟ୍‌ରେ ହରାଇଲା ପାକିସ୍ତାନ

Odisha Sports Bureau

ଆଜି ଘୋଷଣା ହେବ ଭାରତୀୟ ଟିମ

Odisha Sports Bureau

ସୋଫି ସାଇନଙ୍କ ସହ ନିର୍ବନ୍ଧ କରିଛନ୍ତି କ୍ରିକେଟର ଶିଖର ଧାୱନ…

Odisha Sports Bureau