Uncategorized

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର

ଭୁବନେଶ୍ୱର : ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପବିତ୍ର ଜନ୍ମବାର୍ଷିକୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ଫେଡେରେସନ କପ ଭଲିବଲ ଚାମ୍ପିଆନସିପ୍‌ରେ ବ୍ରୋଞ୍ଜ ପଦକ ପାଇଥିବା ରାଜ୍ୟ ମହିଳା ଓ ପୁରୁଷ ଦଳକୁ ୧.୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଚେସ ତାରକା ତଥା ମହିଳା ଗ୍ରାଣ୍ଡମାଷ୍ଟର ପଦ୍ମିନୀ ରାଉତଙ୍କୁ ୨୦୨୧ ରେ ତାଙ୍କର ସଫଳତା ପାଇଁ ୬୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ରଗବୀ ଖେଳାଳୀ ତିଳୋତ୍ତମା ସାହୁଙ୍କୁ ୩୮ ହଜାର ୫୦୦ ଏବଂ ଭାଗ୍ୟଲକ୍ଷ୍ମୀ ବାରିକଙ୍କୁ ୩୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି । ତୀରନ୍ଦାଜରେ ରଞ୍ଜିତ ନାୟକଙ୍କୁ ୪୭ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସୂର୍ଯ୍ୟମଣି ମାଝୀଙ୍କୁ ୨୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ନିକଟରେ ଶେଷ ହୋଇଥିବା ଏଫଆଇଏଚ ଓଡ଼ିଶା ଜୁନିୟର ପୁରୁଷ ହକି ବିଶ୍ୱକପରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳୀ ଅଭିଷେକ ଲାକ୍ରାଙ୍କୁ ୧୨ହଜାର ୫୦୦ଟଙ୍କା ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି ।
କଳିଙ୍ଗ ଷ୍ଟାଡିୟମ ଅନ୍ତେବାସୀ ଓ କ୍ରୀଡ଼ାବିତ୍‌ଙ୍କୁ ନେଇ ଏକ ଦୌଡ଼ର ଆୟୋଜନ କରାଯାଇଥିଲା । କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ବିଜୁ ପଟ୍ଟନାୟକଙ୍କ ପ୍ରତିଛବିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଏହି ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେହିପରି ଅପରାହ୍ନରେ କ୍ରୀଡ଼ା ଓ ଯୁବସେବା ଏକାଦଶ ଏବଂ ଏଚ୍‌ପିସି ଏକାଦଶ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରୀଡ଼ା ଓ ଯୁବସେବା ଏକାଦଶ ୩-୨ ପେନାଲଟି ସୁଟ୍‌ଆଉଟ୍‌ରେ ବିଜୟୀ ହୋଇଥିଲା ।
ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ ପ୍ରତିଯୋଗିତାରେ ସମୀର କୁମାର ଲେଙ୍କା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସୁଶ୍ରୀ ସଙ୍ଗୀତା ନାୟକ ଓ ଜାହ୍ନବୀ ବଡା ଦ୍ୱିତୀୟ ଏବଂ ଜସ୍ମିନ ଗ୍ରେୱାଲ ଓ ଅଭିଜିତ ସ୍ୱାଇଁ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ଜସ୍ମିନ ଗ୍ରେୱାଲ ପ୍ରଥମ, ଶିବାନୀ ପ୍ରିୟଦର୍ଶିନୀ ଦ୍ୱିତୀୟ ଏବଂ ସମୀର କୁମାର ଲେଙ୍କା ତୃତୀୟ ସ୍ଥାନରେ ରହିଥିଲେ । ଚିତ୍ରକଳା ପ୍ରତିଯୋଗିତାରେ ପ୍ରତୀକ୍ଷା ମହାରଣା ପ୍ରଥମ, ଗୀତିଜ୍ଞାନ ମହାନ୍ତି ଦ୍ୱିତୀୟ ଏବଂ ଧରିତ୍ରୀ ଶଙ୍ଖାରି ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସଙ୍ଗୀତରେ ପ୍ରତୀକ୍ଷା ମହାରଣା ପ୍ରଥମ, ଦିଲ୍ଲୀପ ନାୟକ ଦ୍ୱିତୀୟ ଏବଂ ଶ୍ରୀରାମ ପଟେଲ ତୃତୀୟ ସ୍ଥାନରେ ହାସଲ କରି ପୁରସ୍କୃତ ହୋଇଥିଲେ । ବିଭାଗର କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରକଳା ପ୍ରତିଯୋଗିତାରେ ଚନ୍ଦ୍ରକାନ୍ତ ବାରିକ ପ୍ରଥମ, ସୋନୁ କୁମାର ପଣ୍ଡା ଦ୍ୱିିତୀୟ ଏବଂ ସୁନିତା ହାଁସଦା ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।
ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା, ଯୁଗ୍ମ ଶାସନ ସଚିବ ରଞ୍ଜିତ ପରିଡା, ଅର୍ଥ ପରାମର୍ଶଦାତା ଗୀତା ଦାସ ଅନୁଶାସନ ସଚିବ ରାଜେନ୍ଦ୍ର ପ୍ରସାଦ ପାଣି, ଲକ୍ଷ୍ମୀକାନ୍ତ ମିଶ୍ର ଓଏସଡି ସନାତନ ସାହୁ ଏବଂ ଓଡିଶା ଭଲିବଲ ସଙ୍ଘର ସମ୍ପାଦକ ଗଗନେନ୍ଦୁ ଦାସ ପୁରସ୍କାର ବିତରଣ କରିଥିଲେ I ଏହି ଉତ୍ସବକୁ ପ୍ରୋଗ୍ରାମ ଅଫିସର ଡ. ନିବେଦିତା ଆଚାର୍ଯ୍ୟ ସଂଯୋଜନା କରିଥିଲେ I

Related posts

ଦକ୍ଷିଣ ଏସୀୟ ଆଥଲେଟିକ୍ସରେ ରୌପ୍ୟ ଜିତିଲେ ଓଡିଆ ପୁଅ ପ୍ରତୀକ ମହାରଣା

Odisha Sports Bureau

ପାକିସ୍ତାନକୁ ଖେଳିବା ପାଇଁ ଅନୁରୋଧ କଲା ବାଂଲାଦେଶ

Odisha Sports Bureau

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau