Football

ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତା: ଫାଓ ୧-୦ ଗୋଲ୍‌ରେ ବିଜୟୀ

(ଓଡ଼ିଶା ସ୍ପୋର୍ଟ): ଗୁରୁବାର ଗ୍ରୁପ୍‌ ‘ବି’ର ପ୍ରଥମ ମ୍ୟାଚ୍‌ରେ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (ଫାଓ) ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଇସ୍ପାତ ଷ୍ଟାଡିୟମରେ ଚାଲିଥିବା ପଞ୍ଚଦଶ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତାରେ ଏହି ମ୍ୟାଚ୍‌ରେ ଫାଓ ୧-୦ ଗୋଲ୍‌ରେ ଆର୍ଟିଲେରୀ (ହାଇଦ୍ରାବାଦ)କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିଛି। ୩୮ ମିନିଟ୍‌ରେ ‘ଫାଓ’ର ବରୀନ୍ଦର ସିଂ ମ୍ୟାଚ୍‌ର ପ୍ରଥମ ତଥା ଏକମାତ୍ର ଗୋଲ୍‌ ଦେଇଥିଲେ। ଦ୍ବିତୀୟାର୍ଧରେ ଆର୍ଟିଲେରୀ ଦଳ ଆକ୍ରମଣକୁ ଜୋର୍‌ଦାର କରିଥିଲେ ମଧ୍ୟ ଗୋଲ୍‌ ଶୁଝି ନପାରି ପ୍ରତିଯୋଗିତାରୁ ବିଦା ହୋଇଛି। ଚମତ୍କାର ଗୋଲ୍‌ରକ୍ଷଣ ଯୋଗୁଁ ‘ଫାଓ’ ଗୋଲ୍‌ରକ୍ଷକ ଶେଖ୍‌ କମଲୁଦ୍ଦିନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଠାକୁର ମୁର୍ମୁ, ପ୍ରଦୀପ୍ତ ନାୟକ, ଅଶୋକ ପାଣ୍ଡବ, ରତ୍ନାକର ବାରିକ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ।

Related posts

କୋଚ୍ ଗେର୍ରାଡ ହାଲେରଙ୍କ ଦେହାନ୍ତ

Odisha Sports Bureau

ମେସି କ୍ଷେତ୍ରକୁ ଫେରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସଂକ୍ରମଣ ହେବାର ଆଶଙ୍କା ତ ସବୁଠାରେ ରହିଛି

ଓମାନଠାରୁ ପରାସ୍ତ ପରେ ଭାରତ ଫିଫା ବିଶ୍ୱକପର ଦୌଡରୁ ବାହାର ହୋଇଛି

Odisha Sports Bureau