Football

ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତା: ଫାଓ ୧-୦ ଗୋଲ୍‌ରେ ବିଜୟୀ

(ଓଡ଼ିଶା ସ୍ପୋର୍ଟ): ଗୁରୁବାର ଗ୍ରୁପ୍‌ ‘ବି’ର ପ୍ରଥମ ମ୍ୟାଚ୍‌ରେ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (ଫାଓ) ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଇସ୍ପାତ ଷ୍ଟାଡିୟମରେ ଚାଲିଥିବା ପଞ୍ଚଦଶ ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟ୍‌ବଲ ପ୍ରତିଯୋଗିତାରେ ଏହି ମ୍ୟାଚ୍‌ରେ ଫାଓ ୧-୦ ଗୋଲ୍‌ରେ ଆର୍ଟିଲେରୀ (ହାଇଦ୍ରାବାଦ)କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲ ପ୍ରବେଶ କରିଛି। ୩୮ ମିନିଟ୍‌ରେ ‘ଫାଓ’ର ବରୀନ୍ଦର ସିଂ ମ୍ୟାଚ୍‌ର ପ୍ରଥମ ତଥା ଏକମାତ୍ର ଗୋଲ୍‌ ଦେଇଥିଲେ। ଦ୍ବିତୀୟାର୍ଧରେ ଆର୍ଟିଲେରୀ ଦଳ ଆକ୍ରମଣକୁ ଜୋର୍‌ଦାର କରିଥିଲେ ମଧ୍ୟ ଗୋଲ୍‌ ଶୁଝି ନପାରି ପ୍ରତିଯୋଗିତାରୁ ବିଦା ହୋଇଛି। ଚମତ୍କାର ଗୋଲ୍‌ରକ୍ଷଣ ଯୋଗୁଁ ‘ଫାଓ’ ଗୋଲ୍‌ରକ୍ଷକ ଶେଖ୍‌ କମଲୁଦ୍ଦିନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଠାକୁର ମୁର୍ମୁ, ପ୍ରଦୀପ୍ତ ନାୟକ, ଅଶୋକ ପାଣ୍ଡବ, ରତ୍ନାକର ବାରିକ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ।

Related posts

ରୋନାଲ୍ଡୋ ଖେଳିଳେ ୨୦୦ ତମ ଆନ୍ତର୍ଜାତିୟ ମ୍ୟାଚ

ଶ୍ରଦ୍ଧାଞ୍ଜଳି ହେଲେ ଜାତୀୟ ମହିଳା ଫୁଟବଲ୍ ଦଳର ସହ ପ୍ରଶିକ୍ଷିକା

ଫିଫା ବିଶ୍ୱକପ ଆୟୋଜନ କରି ନୂଆ ଇତିହାସ ରଚିଛି କାତାର

Odisha Sports Bureau