Cricket

ସିରିଜରୁ ଓହରିଲେ ବ୍ରଡ

ଲର୍ଡ୍ସ: ଭାରତ–ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ଧୋଇଗଲା ପରେ ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ମ୍ୟାଚ । ଲର୍ଡ୍ସ ଗ୍ରାଉଣ୍ଡରେ ଉଭୟ ଦଳ ଆଜି ସିରିଜର ପ୍ରଥମ ବିଜୟ ପାଇଁ ଲଢେଇ ଆରମ୍ଭ କରିବେ । କିନ୍ତୁ ମ୍ୟାଚ ଆରମ୍ଭର ଠିକ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଦ୍ରୁତ ତଥା ଅଭିଜ୍ଞ ବୋଲର ଷ୍ଟ୍ରୁଆଟ ବ୍ରଡ ଗଭୀର ଭାବରେ ଆଘାତ ହୋଇଛନ୍ତି । ତେଣୁ ଏହି ସିରଜରୁ ସେ ଓହରି ଯାଇଥିବା ଜଣାପଡିଛି । ଦ୍ୱିତୀୟ ଟେଷ୍ଟ ପାଇଁ ଟ୍ରେନିଂ ସମୟରେ ବ୍ରଡଙ୍କ ଗୋଡରେ ଆଘାତ ଲାଗିଥିଲା । ବ୍ରଡଙ୍କର ଡାହାର ଗୋଡ ପିଣ୍ଡୁଳାରେ ଆଘାତ ଲାଗିଥିବା ସ୍ପଷ୍ଟ କରିଛି ଇସିସି । ଯାହା ଫଳରେ ସେ ସମଗ୍ର ସିରିଜରୁ ବାଦ ପଡିଛନ୍ତିି । ତେବେ ସାକିବ ମହସୁଦଙ୍କୁ ଦଳରେ ବ୍ରଡଭ୍କ ବିକଳ୍ପ ଖେଳାଳୀ ଭାବେ ଦଳରେ ସ୍ଥାନ ମିଳିଛି ।

ସେପଟେ ଇଂଲଣ୍ଡ ଦଳର ପ୍ରମୁଖ ବୋଲର ଜେମ୍ସ ଆଣ୍ଡରସନ ମଧ୍ୟ ଦ୍ୱିତୀୟ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ଆଶଙ୍କା ଲାଗି ରହିଛି । ଫିଟନେସ ସମସ୍ୟା ଦେଇ ଗତି କରୁଥିବା ଆଣ୍ଡରସନ ବୁଧବାର ଅଭ୍ୟାସ ସେସନରେ ଯୋଗ ଦେଇ ପାରିନଥିଲେ । ଏହି ସମୟରେ ଅନ୍ୟତମ ପ୍ରମୁଖ ଖେଳାଳୀ ବେନ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳୀମାନଙ୍କ ଅନୁପସ୍ଥିତି ଅନୁଭବ କରୁଛି ଇଂଲଣ୍ଡ ଦଳ । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଆଜି ଇଂଲଣ୍ଡ ଭାରତ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ବ୍ରଡ ଏବଂ ଆଣ୍ଡରସନଙ୍କ ବିନା ପଡିଆକୁ ଓହ୍ଲାଇପାରେ ।
ଭାରତ-ଇଂଲଣ୍ଡ ବିପକ୍ଷ ଏହି ସିରିଜ ଚୟନ ସମୟରୁ ହିଁ ଏକ ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ଆହତ ସମସ୍ୟା । ବ୍ରଡଙ୍କ ପୂର୍ବରୁ ଭାରତୀୟ ଦଳର ଶାର୍ଦ୍ଦୁଳ ଠାକୁର ମଧ୍ୟ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ । ପୂର୍ବରୁ ଶୁଭମନ ଗିଲ, ଅଭେଶ ଖାନ ଏବଂ ମୟଙ୍କ ଅଗ୍ରୱାଲ ଆହତ ହୋଇଥିଲେ ।

Related posts

ଅଧିନାୟକ ରୋହିତଙ୍କୁ ବହୁତ ପ୍ରଶଂସା କଲେ ପୂର୍ବତନ ଭାରତୀୟ ଖେଳାଳି; ବିଶ୍ୱକପ୍ ୨୦୨୪ କୁ ନେଇ ଦେଲେ ପ୍ରତିକ୍ରିୟା

Odisha Sports Bureau

ମ୍ୟାଚ ପୂର୍ବରୁ ଦଳରୁ ବାହାରିଲେ ଆଉ ଜଣେ ଖେଳାଳୀ

Odisha Sports Bureau

ପ୍ରତିପକ୍ଷକୁ ତା’ରି ଭାଷାରେ ଉତ୍ତର ଦେବୁ: କୋହଲି

Odisha Sports Bureau