More Sports

ଖୁବ୍ ଶୀଘ୍ର ଭାରତ ଫେରିପାରନ୍ତି ରାଇଡର ସନ୍ତୋଷ

(ଓଡିଶା ସ୍ପୋର୍ଟସ୍): ସାଉଦି ଆରବରେ ଚାଲିଥିବା ଡକାର ରେଲି ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହିରୋ ମୋଟର୍ସର ଭାରତୀୟ ରାଇଡର ସି.ଏସ୍ ସନ୍ତୋଷ ବର୍ତ୍ତମାନ ଚିକିତ୍ସକଙ୍କ ଦେଖାରେଖାରେ ରହିବେ, ଏବେ ସେ ଭାରତ ଆସିପାରିବେ । ହିରୋ ମୋଟର୍ସ କହିଛି, “ସନ୍ତୋଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ରହିଛି ଏବଂ ଚିକିତ୍ସକ ତାଙ୍କ ଉପରେ ନଜର ରଖିଛନ୍ତି । ସ୍କାନ ଓ ଆକଳନ ଆଧାରରେ ତାଙ୍କୁ ଭାରତ ଆସିବାକୁ ଅନୁମତି ଦିଆଯାଇଛି । ଯେଉଁଠାରେ ସେ ସ୍ଥାନିୟ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ରହିବେ ।

୩୭ ବର୍ଷିୟ ସନ୍ତୋଷ ଡକାର ରେଲିରେ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ସେ ଗମ୍ଭିର ଆଘାତ ପାଇଥିଲେ । ଦୁର୍ଘଟଣା ପରେ ତାଙ୍କୁ ଜେଡ୍ଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁଯାୟୀ, ତାଙ୍କୁ କୌଣସି ଅସୁବିଧା ନ ହେବା ପାଇଁ ନିଦ୍ରା ଅବସ୍ଥାରେ ଭାରତ ଅଣାଯିବ । ଏହା  ଏକ ସକରାôତକ ଘଟଣାକ୍ରମ ହେବ, କାରଣ ସେ ଏବେ ତାଙ୍କ ପରିବାର ବର୍ଗ ପରିଚିତ ଲୋକଙ୍କ ଗହଣରେ ରହିବେ । ଏହି ଦୁର୍ଘଟଣା ସେହିଠାରେ ହୋଇଥିଲା, ଯେଉଁଠାରେ ଗତ ବର୍ଷ ହିରୋ ମୋଟର୍ସର ରାଇଡର ପାଉଲୋଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

Receive a complimentary price quote for cleaning services that will fit your needs and your budget. generic cialis Call Superior on Email Us info superior.

Related posts

୧୭ତମ ସ୍ଥାନରେ ଶୁଭଙ୍କର, ଟାଇଟଲ ଜିତିଲେ ୱିଲେଟ୍

Odisha Sports Bureau

୪୬.୯୨ ସେକେଣ୍ଡରେ ୪୦୦ ମିଟର ବାଧା ଦୌଡରେ ଇତିହାସ ରଚିଲେ ୱାରହୋମ

Odisha Sports Bureau

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau