Cricket

ଆୟୁଷ ବାଦୋନିଙ୍କୁ ପ୍ରଶଂସା କଲେ ଅଧିନାୟକ ଲୋକେଶ ରାହୁଲ

ମୁମ୍ବାଇ : ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ପାଇଁ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଆୟୁଷ ବାଦୋନିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ଅଧିନାୟକ ଲୋକେଶ ରାହୁଲ। ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ୨୯ ରନ୍‌ରେ ୪ ଉଇକେଟ ହରାଇ ଅତ୍ୟନ୍ତ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ଦୀପକ ହୁଡାଙ୍କ ସହ ବାଦୋନି ଦଳକୁ ୧୫୮/୬ରେ ପହଞ୍ଚାଇଥିଲେ। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ବଦୋନି ଇନିଂସ ଶେଷ ଆଡ଼କୁ ଗିୟର ବଦଳାଇ ବଡ଼ ଶଟ୍‌ ଖେଳିଥିଲେ। ଶେଷରେ ସେ ୪୧ ବଲରେ ୫୪ ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ପାଳିରେ ସାମିଲ ଥିଲା ୪ ଚୌକା ଓ ୩ ଛକା।

ତାଙ୍କୁ ପ୍ରଶଂସା କରି ରାହୁଲ କହିଛନ୍ତି, ବାଦୋନି ଆମ ପାଇଁ ବେବି ଏବି। ସେ ପ୍ରଥମ ଦିନ ହିଁ ଅସାଧାରଣ ପ୍ରତିଭା ଦେଖାଇଛନ୍ତି। ସେ ୩୬୦ ଡିଗ୍ରୀରେ ଶଟ୍‌ ଖେଳିଥିଲେ। ମିଳିଥିବା ସୁଯୋଗର ଭରପୁର ଫାଇଦା ଉଠାଇଥିବାରୁ ମୁଁ ତାଙ୍କ ପାଇଁ ଖୁସି। ତାଙ୍କ ପାଇଁ ପରିସ୍ଥିତି ଉପଯୋଗୀ ନ ଥିଲା। ଆମେ ୪ ଉଇକେଟ ହରାଇ ସାରିଥିଲୁ। କିନ୍ତୁ ସେ ଚାପରେ ଭଲ ବ୍ୟାଟିଂ କରିଥିଲେ। ଆଶା କରୁଛି, ସେ ଆଗକୁ ଏଭଳି ପ୍ରଦର୍ଶନ ଜାରି ରଖିବେ।

Related posts

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau

ବଢିଲା କ୍ରିକେଟରଙ୍କ ମ୍ୟାଚ ଫି

Odisha Sports Bureau

୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau