More Sports

ଭାରତୀୟ ପୁରୁଷ ଚେସ ଦଳ କ୍ୱାର୍ଟର ଫାଇନାଲରେ

(ଓଡିଶା ସ୍ପୋର୍ଟସ୍): ଭାରତୀୟ ପୁରୁଷ ଚେସ ଦଳ ଏସୀୟ ଅନ୍ଲାଇନ୍ ନେସନ୍ସ (ଆଞ୍ଚଳିକ) କପ୍ ଦଳ ଚାମ୍ପିଅନସିପ୍ ର ପ୍ରାରମ୍ଭିକ ରାଉଣ୍ଡରେ ଷଷ୍ଠ ସ୍ଥାନ ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଶୀର୍ଷ ସିଡ୍ ଭାରତୀୟ ଦଳ ପାଇଁ ରବିବାର ଏକ ମିଶ୍ରିତ ଦିନ ଥିଲା । ସେ ଗୋଟିଏ ମ୍ୟାଚ୍ ଜିତିଥିଲେ, ଗୋଟିଏ ଡ୍ର ଖେଳି ଗୋଟିଏ ହାରିଥିଲେ । ଦଳ ବର୍ତ୍ତମାନ ୨୩ ଅକ୍ଟୋବରରେ ଅନ୍ତିମ ଆଠଟି ପର୍ୟ୍ୟାୟରେ ମୋଙ୍ଗୋଲିଆ ଖେଳିବ ।

ସପ୍ତମ ରାଉଣ୍ଡରେ ସୂର୍ୟ୍ୟ ସେଖର ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଫିଲିପାଇନ୍ସକୁ ୧.୫-୨.୫ ରେ ହରାଇଥିଲା । ଏହି ଦଳ ବାଂଲାଦେଶକୁ ୩.୫–୦.୫ ପରାସ୍ତ କରି ଅଷ୍ଟ୍ରେଲିଆଠାରୁ ୨-୨ ଡ୍ର ଖେଳିଛି । ଇରାନ ଦଳ ୧୫ ପଏଣ୍ଟ ସହ ପ୍ରାଥମିକ ରାଉଣ୍ଡରେ ଶୀର୍ଷରେ ରହିଛି । ଫିଲିପାଇନ୍ସ ଦ୍ୱିତୀୟ ଏବଂ ମୋଙ୍ଗୋଲିଆ ତୃତୀୟ ସ୍ଥାନ ଅଧିକାର କରିଛି । ଏହି ଟୁର୍ନାମେଣ୍ଟର ଫାଇନାଲ ୨୫ ଅକ୍ଟୋବରରେ ଖେଳାଯିବ ।

Related posts

କେବଳ ଫିଟନେସରେ ଉନ୍ନତି ଆଣିବାକୁ ଅନୁମତି ଦେଇଥିଲେ: ଏସଓପି

ସୁସ୍ଥ ହେଲେ ନୀରଜ ଚୋପ୍ରା, ଡାଇମଣ୍ଡ ଲିଗର ଷଷ୍ଠ ପର୍ୟ୍ୟାୟରେ କରିବେ ଅଂଶଗ୍ରହଣ !

ଏସିଆନ ପାରା ଗେମ୍ସ : ୭ ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau