Cricket

ସିଡ଼ନୀ ଟେଷ୍ଟରେ ରେକର୍ଡ଼ କଲେ ପୂଜାରା

(ଓଡିଶା ସ୍ପୋର୍ଟ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ରେ ପ୍ରଥମ ଇନିଂସ୍ ରେ ଚେତେଶ୍ୱର ପୂଜାରା ୧୯୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଗତକାଲି ୨୫୦ ବଲ୍ରୁ ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍ ହୋଇଯାଇଛନ୍ତି। ତାଙ୍କର ଏହି ଦମ୍ଦାର ଇନିଂସ୍ ବଳରେ ଭାରତ ଏକ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଚା’ ପାନ ବିରତି ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୪୯୧ ରନ୍ ସଂଗ୍ରହ କରି ନେଇଛି। ଋଷଭ ପନ୍ଥ ଓ ରବୀନ୍ଦ୍ର ଜାଡେଜା କ୍ରିଜ୍ରେ ଅଛନ୍ତି।

ଏହି ସିରିଜ୍ରେ ଉଭୟ ଦେଶର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠୁ ଭଲ ଖେଳିଥିବା ପୂଜାରା ୯୦ ବର୍ଷର ଏକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଆଡେଲେଡ୍ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ପୂଜାରା ୨୪୬ ବଲ୍ର ସାମ୍ନା କରି ୧୨୩ ରନ୍ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସ୍ରେ ସେ ୨୦୪ ବଲ୍ର ସାମ୍ନା କରି ୭୧ ରନ୍ ସଂଗ୍ରହ କରିଥିଲେ।

ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସ୍ରେ ୩୧୯ ବଲ୍ରୁ ସେ ୧୦୬ ରନ୍ ସଂଗ୍ରହ କରିଥିଲେ। ଏହି ଧୀମା ଇନିଂସ୍ ପାଇଁ ତାଙ୍କୁ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଥିଲା। ଏହି ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ସେ ଶୂନରେ ଆଉଟ୍ ହୋଇଥିଲେ। ସେ ମାତ୍ର ଦୁଇଟି ବଲ୍ର ସାମ୍ନା କରିଥିଲେ।

Related posts

ଘରୋଇ ସିରିଜ ପାଇଁ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା

Odisha Sports Bureau

୨୧ ରୁ ଆରମ୍ଭ ହେବ ଟି – ୧୦ ଲିଗ୍

Odisha Sports Bureau

ଭାରତର ୨୩୮ ରନ୍‌ର ବିଶାଳ ସ୍କୋର, ଅଭିଷେକ ଶର୍ମାଙ୍କ ୮୪ ରନ୍‌ର ଧୂଆଁଧାର ଇନିଂସ

Odisha Sports Bureau