Cricket

ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର, ଭାରତ ୬୨୨/୭

(ଓଡିଶା ସ୍ପୋର୍ଟ): ସିଡ୍ନୀରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର ରଖିଛି ଭାରତ। ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ଦଳ ତା’ର ପାଳି ଘୋଷଣା କରିଛି। ଆଜି ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନ ହରାଇ ୨୪ ରନ୍ ସଂଗ୍ରହ କରିଛି।

ଗତକାଲି ପ୍ରଥମ ଦିନରେ ଭାରତ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୩୦୩ ରନ୍ କରିଥିଲା। ଦଳର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ଆଗେଇ ନେଇଥିଲେ। ହନୁମା ଆଜି ଭଲ ଖେଳି ପାରି ନଥିଲେ। ଆଜି ତାଙ୍କ ବ୍ୟକ୍ତିଗତ ସ୍କୋର ବୋର୍ଡରେ ସେ ମାତ୍ର ୩ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ୯୬ଟି ବଲ୍ରୁ ୪୨ ରନ୍ କରି ସେ ନେଥନ ଲିଅନଙ୍କ ଏକ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ଗତକାଲି ୨୫୦ ବଲ୍ରୁ ୧୩୦ ରନ୍ ସଂଗ୍ରହ କରିଥିବା ଚେତେଶ୍ୱର ପୂଜାରା ଆଜି ଆଉ ୬୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୩୭୩ ବଲ୍ରୁ ୨୨ଟି ଚୌକା ସହାୟତାରେ ୧୯୩ ରନ୍ କରି ନେଥନ୍ ଲିଅନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ନେଥନଙ୍କ ଦ୍ୱାରା ସେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ୭ ରନ୍ ପାଇଁ ସେ ଦ୍ୱିଶତକୁ ବଞ୍ଚିତ ହୋଇଥିଲେ।

ପନ୍ତ ୧୩୭ତମ ବଲ୍ରେ ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ କରିଥିଲେ। ସେ ୧୮୯ ବଲ୍ରୁ ୧୪୫ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲିଆରେ ଶତକ ମାରିବାରେ ଋଷଭ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍ କିପର୍। ସେହିପରି ତେନ୍ଦୁଲକରଙ୍କ ପରେ ଅଷ୍ଟ୍ରେଲିଆରେ ଶତକ ମାରିବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍।

ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ବି ଅର୍ଦ୍ଧ-ଶତକ ମାରିଥିଲେ। ସେ ଶତକ ଆଡ଼କୁ ଆଗଉ ଥିବା ବେଳେ ନେଥନ ଲିଅନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଜାଡେଜା ୧୧୪ଟି ବଲ୍ରୁ ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୮୧ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ଏହା ପରେ ଭାରତର ଅଧିନାୟକ ବିରାଟ କୋହଲି ପାଳି ଘୋଷଣା କରି ଦେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲିଅନ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜୋଶ୍ ହେଜେଲ୍ଉଡ୍ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍ ନେଇଥିଲେ।
ସୂଚନାଯୋଗ୍ୟ, ଭାରତ ଏହି ସିରିଜ୍ରେ ୨-୧ରେ ଆଗୁଆ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି।

Related posts

୨୦୨୬ ଟି-୨୦ ବିଶ୍ୱକପରେ ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ୍ ହେବ…

Odisha Sports Bureau

ଚାମ୍ପିୟନକୁ ଦିଆଯିବ ୪୦ କୋଟି !

Odisha Sports Bureau

ପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛି

Odisha Sports Bureau