Tennis

କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସରେ ଯୋଡି ହେବ ଆନ୍ତର୍ଜାତିକ ସ୍ତରର ଟେନିସ ସେଣ୍ଟର । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଟିଏଫ ସ୍ୱୀକୃତି ପ୍ରାପ୍ତ କୋର୍ଟ ଥିବା ବିଶ୍ୱସ୍ତରୀୟ ଟେନିସ ସେଣ୍ଟରକୁ ଉଦଘାଟନ କରିବେ। ଏହି ଟେନିସ ସେଣ୍ଟରରେ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସବୁ ରହିଛି। ଟେନିସ ସେଣ୍ଟରରେ ଫ୍ଲଡ୍ ଲାଇଟ୍ ସହ ସିନ୍ଥେଟିକ କୋର୍ଟ ବିଛାଯାଇଛି ।ସେଣ୍ଟର କୋର୍ଟ ପାଇଁ ୧୫୦୦ ଦର୍ଶକ କ୍ଷମତା ସହିତ ଏହା ପରିସରରେ ୧୬୦ ଆସନ ବିଶିଷ୍ଟ ଅଡିଟୋରିୟମ୍, ମେଡିକାଲ୍ ଓ ଫିଜିଓଥେରାପି ରୁମ୍, ପ୍ଲେୟାର୍ ଚେଞ୍ଜିଂ ରୁମ୍, ମେଡିଆ ସେଣ୍ଟର, ଅମ୍ପାୟାର୍, ପ୍ରଶିକ୍ଷକଙ୍କ ପାଇଁ ମଧ୍ୟ ବିଶ୍ବସ୍ତରୀୟ ବ୍ୟବସ୍ଥା ରହିଛି। ଏଥି ସହିତ ଏପ୍ରିଲ୍ ୪ ତାରିଖରୁ ସେଣ୍ଟର୍ କୋର୍ଟରେ ମଧ୍ୟ ଆଇଟିଏଫ୍ ଏସୀୟ ଜୁନିୟର୍ ଟେନିସ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଜୁନିୟର ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଏସିଆର ୧୫ଟି ଦେଶ ଅଶଂଗ୍ରହଣ କରିବେ । ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ ଆୟୋଜନ ପାଇଁ ଓଡ଼ିଶା ବିଡ଼ିଂରେ ଭାଗନେବେ । ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି ।

Related posts

ସାନିଆଙ୍କୁ GOLDEN VISA

ପରବର୍ତ୍ତି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ନୋଭାକ ଜୋକୋଭିଚ ଏବଂ ଓସାକା

Odisha Sports Bureau

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସ୍ଥଗିତ

Odisha Sports Bureau