Cricket

ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ୭ ୱିକେଟ ନେଇ ରେକର୍ଡ କଲେ ସିଜରୁଲ

ଦୁବାଇ:  ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପର ଏସିଆ ଯୋଗ୍ୟତା ପର୍ୟ୍ୟାୟ ବି’ ପ୍ରତିଯୋଗିତାର ବୁଧବାର ପ୍ରଥମ ଦିନରେ ନୂଆ କୀର୍ତ୍ତିମାନ ଦେଖିବାକୁ ମିଳିଛି। ମାଲେସିଆ ଦ୍ରୁତ ବୋଲର ସିଜରୁଲ ଇଦ୍ରୁସଙ୍କ ନାମରେ ଏହି କୀତ୍ତିମାନ ହୋଇଛି। ଇଦ୍ରୁସ ପୁରୁଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ୭ ୱିକେଟ୍ ନେବାର ଗୌରବ ପାଇଛନ୍ତି। ତାଙ୍କ ବୋଲିଂ ସଫଳତା ବଳରେ କୁଆଲାଲାମ୍ପୁରରେ ଖେଳାଯାଇଥିବା ମ୍ୟାଚରେ ମାଲେସିଆ ୮ ୱିକେଟ୍ରେ ଚୀନ୍କୁ ପରାସ୍ତ କରିଛି। ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ୩୨ ବର୍ଷୀୟ ଏହି ମାଲେସିଆ ଦ୍ରୁତ ବୋଲର ନାଇଜେରିଆର ପିଟର ଆହୋଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କୀର୍ତ୍ତିମାନ ଭାଙ୍ଗିଥିଲେ। ଅହୋ ୨୦୨୧ରେ ସିଏରା ଲିଓନ ବିପକ୍ଷରେ ୬/୫ ବୋଲିଂ ସଫଳତା ପାଇଥିଲେ। ପୁରୁଷ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ୧୨ ଜଣ ୬ ୱିକେଟ୍ ଅକ୍ତିଆର କରିଛନ୍ତି। ଏଥିରେ ଭାରତର ଦୀପକ ଚହର ଓ ୟୁଝବେନ୍ଦ୍ର ଚହଲ ରହିଛନ୍ତି।

Related posts

ଗାଏନାରେ ବର୍ଷା ଆଶଙ୍କା, ଖେଳ ନହେଲେ ଫାଇନାଲ ଯିବ ଭାରତ

ଦୃଷ୍ଟିହୀନ ଟି-୨୦ରେ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ

Odisha Sports Bureau

ପାକିସ୍ତାନ ଖେଳାଳିଙ୍କୁ ବିଶ୍ୱକପରେ ଖେଳିବାକୁ ଏଯାବତ ମିଳିନି ଅନୁମତି; ସୁରକ୍ଷା ନେଇ ଅଟକିଛି ନିଷ୍ପତି