Cricket

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

ଭାରତୀୟ କ୍ରିକେଟ୍ ଦଳ ଆଜି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳୁଛି।ଓ୍ଵେଷ୍ଟଇଣ୍ଡିଜ ଦଳ ଚଳିତ ବର୍ଷ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନି। ତେଣୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ଵକପ୍ ପ୍ରସ୍ତୁତିକୁ ଆଖି ଆଗରେ ରଖି ପଡ଼ିଆକୁ ଓହ୍ଲାଇବ। ଏହାକୁ ନେଇ ଅଧିନାୟକ, କୋଚ୍ ଏବଂ ଦଳ ପ୍ରବନ୍ଧକ ଦ୍ଵନ୍ଦ୍ଵରେ ପଡ଼ି ପାରନ୍ତି।

ରୋହିତଙ୍କ ଆଗରେ ସବୁଠୁ ବଡ଼ ପ୍ରସଙ୍ଗ ଏହା ଯେ, ଓ୍ଵିକେଟ୍ କିପର ବ୍ୟାଟର ଭାବେ କାହାକୁ ସ୍ଥାନ ଦିଆଯିବ ? ଏଥିପାଇଁ ଇଶାନ କିଷନ ଏବଂ ସଞ୍ଜୁ ସାମସନ ଦୁହିଁଙ୍କ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ଲାଗି ରହିଛି। ହେଲେ ଯେତେ ଦୂର ସମ୍ଭବ ଅଧିନାୟକ ରୋହିତ ଶର୍ମା ଇଶାନଙ୍କ ଉପରେ ଭରସା କରି ପାରନ୍ତି। ଅନ୍ୟପଟେ ସଞ୍ଜୁ ସାମସନଙ୍କୁ ଅନ୍ୟ ମ୍ୟାଚ୍ରେ ସୁଯୋଗ ମିଳିପାରେ।

ଦେଖିବା ବାକି ରହିଲା ରୋହିତ ଚୂଡାନ୍ତ ଏକାଦଶରେ କେତେ ଜଣ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଉଛନ୍ତି। ମ୍ୟାଚ୍ ଠିକ୍ ପୂର୍ବରୁ ବିସିସିଆଇ ଜଣାଇ ଦେଇଛି ଯେ, ମହମ୍ମଦ ସିରାଜଙ୍କ ସିରିଜ୍ରୁ ବିଶ୍ରାମ ଦିଆଯାଇଛି। ତେଣୁ ସିରାଜ ସ୍ଵଦେଶ ଫେରିଯିବେ। ତାଙ୍କ ଅନୁପସ୍ଥିତିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍ରେ ଦ୍ରୁତ ବୋଲରଙ୍କ ନେତୃତ୍ଵ ଶାର୍ଦ୍ଦୁଳ ଠାକୁର ନେଇ ପାରନ୍ତି।

Related posts

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

Odisha Sports Bureau

ଧୋନି ନେଇପାରନନ୍ତି ଆଇପିଏଲରୁ ସନ୍ନ୍ୟାସ!

ଗୌତମ ଗମ୍ଭୀରଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ଅବସ୍ଥାରେ ଅଛନ୍ତି କି? ଏକ ଆଶ୍ଚର୍ଯ୍ୟଜନକ ଡ୍ରେସିଂ ରୁମ୍ ସତ୍ୟ ପ୍ରକାଶ ପାଇଛି।

Odisha Sports Bureau