Badminton

ପ୍ରମୋଦଙ୍କୁ ଏସୀୟ ପାରା କ୍ରୀଡ଼ା ଟିକେଟ୍‌

ଭୁବନେଶ୍ବର: ଅଲିମ୍ପିକ୍‌ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଚୀନ୍‌ରେ ଆୟୋଜିତ ହେବାକୁ ଥିବା ଏସୀୟ ପାରା କ୍ରୀଡ଼ା ଟିକେଟ୍‌ କରାୟତ୍ତ କରିଛନ୍ତି। ଗ୍ରେଟର ନୋଏଡ଼ାରେ ଆୟୋଜିତ ଦୁଇ ଦିନିଆ ପାରା ବ୍ୟାଡ୍‌ମିଣ୍ଟନ୍‌ ଟ୍ରାଏଲ୍ସରେ ସେ ନିଜର ଚମକ ଦେଖାଇ ଭାରତୀୟ ଏସିଆଡ୍‌ ଦଳରେ ସ୍ଥାନ ନିଶ୍ଚିତ କରିଥିଲେ। ସେ ପୁରୁଷ ଏକକ, ଯୁଗଳ ସହ ମିଶ୍ରିତ ଯୁଗଳରେ ଅଂଶଗ୍ରହଣ କରିବେ। ଟ୍ରା‌ଏଲ୍ସରେ ସେ ଏକକ ଏସ୍‌ଏଲ୍‌ ୩ ବର୍ଗରେ ୫ରୁ ୪ ଜିତିଥିଲେ। ଯୁଗଳରେ ବିଶ୍ବର ଏକ ନମ୍ବର ଯୋଡ଼ି ସେ ଓ ତାଙ୍କ ସାଥୀ ସୁକାନ୍ତ କଦମ ୪ରୁ ୩ ମ୍ୟାଚ୍‌ ଜିତିଥିଲେ। ମିଶ୍ରିତ ଯୁଗଳରେ ପ୍ରମୋଦ ଓ ମନୀଷା ରାମଦାସ ୬ରୁ ୫ଟିରେ ବିଜୟୀ ହୋଇଥିଲେ।

 

Related posts

ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ ସେନ୍‌

Odisha Sports Bureau

ତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀ

Odisha Sports Bureau

ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ : ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତ

Odisha Sports Bureau