Cricket

‘ଲଡ଼ର୍ସ’ରେ କିଏ ହେବ ବିଶ୍ୱ ବିଜେତା?

(ଓଡ଼ିଶା ସ୍ପୋର୍ଟ) :  ଆଜି ଆଇସିସି ବିଶ୍ୱକପ ୨୦୧୯ର ଫାଇନାଲ ମୁକାବିଲା । ଲଣ୍ଡନର ଐତିହାସିକ ଷ୍ଟାଡିୟମ ‘ଲଡର୍ସ’ରେ ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା। ସେମିରେ ଅଷ୍ଟ୍ରେଲିଆକୁ ମାତ ଦେଇ ବିଶ୍ୱକପ୍ ଚାମ୍ପିଅନ ଠାରୁ ଆଉ ପାଦେ ଦୂରରେ ରହିଛି ଇଂଲିଶ ଟିମ୍। ପୂର୍ବରୁ ୩ ଥର ଫାଇନାଲ୍ ଖେଳିଥିଲେ ବି ଚାମ୍ପିଅନ୍ ଆଶା ଅଧୂରା ରହିଛି। ସେହିପରି ସେମିରେ ରୋମାଞ୍ଚକର ମୁକାବିଲାରେ ଟାଇଟଲ୍ ଦାବିଦାର ଟିମ୍ ଇଣ୍ଡିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ବ୍ଲାକ୍ କ୍ୟାପ୍ ଟିମ୍। ଲଗାତାର ଦ୍ୱିତୀୟ ଥର ଫାଇନାଲରେ ଏଣ୍ଟ୍ରି ମାରିଛି। ତେଣୁ ଆଜିର ମ୍ୟାଚରେ ଯେଉଁ ଟିମ ଜିତିଲେ ପ୍ରଶଂସକଙ୍କ ପାଇଁ କୌଣସି ଅସୁବିଧା ନାହିଁ । କାରଣ କ୍ରିକେଟ ବିଶ୍ୱକପ ନୂଆଁ ଚାମ୍ପିଅନ ଟିମ ପାଇବ । ନୂଆ ବିଜେତା ଦେଖିବ ସାରା ବିଶ୍ୱ। ତେବେ ଉଭୟ ଦଳ ବିଶ୍ୱ ବିଜେତା ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବେ । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ମ୍ୟାଚ ଆରମ୍ଭ ହେବ । ତେବେ କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍?

Related posts

ବିସିସିଆଇ ଉପରେ ବର୍ଷିଲେ ଇରଫାନ ପଠାନ; କହିଲେ ରବି ଅଶ୍ୱିନଙ୍କଠୁ ଭଲ ସ୍ପିନର କେହି ନାହାନ୍ତି

Odisha Sports Bureau

ଦିଲ୍ଲୀକୁ ହରାଇ ଶୀର୍ଷରେ ଚେନ୍ନାଇ

ପର୍ଥ ଟେଷ୍ଟରେ ଭାରତର ପରାଜୟ ସିରିଜ ୧-୧ରେ ବରାବର

Odisha Sports Bureau