Cricket

‘ଲଡ଼ର୍ସ’ରେ କିଏ ହେବ ବିଶ୍ୱ ବିଜେତା?

(ଓଡ଼ିଶା ସ୍ପୋର୍ଟ) :  ଆଜି ଆଇସିସି ବିଶ୍ୱକପ ୨୦୧୯ର ଫାଇନାଲ ମୁକାବିଲା । ଲଣ୍ଡନର ଐତିହାସିକ ଷ୍ଟାଡିୟମ ‘ଲଡର୍ସ’ରେ ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା। ସେମିରେ ଅଷ୍ଟ୍ରେଲିଆକୁ ମାତ ଦେଇ ବିଶ୍ୱକପ୍ ଚାମ୍ପିଅନ ଠାରୁ ଆଉ ପାଦେ ଦୂରରେ ରହିଛି ଇଂଲିଶ ଟିମ୍। ପୂର୍ବରୁ ୩ ଥର ଫାଇନାଲ୍ ଖେଳିଥିଲେ ବି ଚାମ୍ପିଅନ୍ ଆଶା ଅଧୂରା ରହିଛି। ସେହିପରି ସେମିରେ ରୋମାଞ୍ଚକର ମୁକାବିଲାରେ ଟାଇଟଲ୍ ଦାବିଦାର ଟିମ୍ ଇଣ୍ଡିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ବ୍ଲାକ୍ କ୍ୟାପ୍ ଟିମ୍। ଲଗାତାର ଦ୍ୱିତୀୟ ଥର ଫାଇନାଲରେ ଏଣ୍ଟ୍ରି ମାରିଛି। ତେଣୁ ଆଜିର ମ୍ୟାଚରେ ଯେଉଁ ଟିମ ଜିତିଲେ ପ୍ରଶଂସକଙ୍କ ପାଇଁ କୌଣସି ଅସୁବିଧା ନାହିଁ । କାରଣ କ୍ରିକେଟ ବିଶ୍ୱକପ ନୂଆଁ ଚାମ୍ପିଅନ ଟିମ ପାଇବ । ନୂଆ ବିଜେତା ଦେଖିବ ସାରା ବିଶ୍ୱ। ତେବେ ଉଭୟ ଦଳ ବିଶ୍ୱ ବିଜେତା ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବେ । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୩ଟାରେ ମ୍ୟାଚ ଆରମ୍ଭ ହେବ । ତେବେ କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍?

Related posts

୨୦୨୫ IPL : ଅଜିଙ୍କ୍ୟ ରାହାଣେ ହେଲେ କେକେଆର ଅଧିନାୟକ

ଆଜିଠାରୁ ଆରମ୍ଭ ଏସିଆ କପ ଟି-୨୦ ମ୍ୟାଚ ; ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

Odisha Sports Bureau

କରିନା ଆଇସିସି ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରିବେ

Odisha Sports Bureau