Cricket

କ୍ରିକେଟକୁ ଅଲବିଦା କଲେ ମୋର୍ଗାନ

ଲଣ୍ଡନ : ୨୦୧୯ ବିଶ୍ୱକପ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡକୁ ବିଜୟୀ କରିଥିବା କ୍ୟାପଟେନ ଇଅନ ମୋର୍ଗାନ ଟି-୨୦ ଓ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରୁ କ୍ୟାପଟେନ ପଦରୁ ଇସ୍ତଫା ଦେବା ସହ କ୍ରିକେଟର ସମସ୍ତ ଫର୍ମାଟକୁ ଆଲବିଦା କରିଛନ୍ତି । ଗତ କିଛି ମାସ ଧରି ଖରାପ ଫର୍ମ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିବା କାରଣରୁ ମଙ୍ଗଳବାର ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ତାଙ୍କ ସ୍ଥାନରେ ହ୍ୱାଇଟ ବଲ୍ କ୍ରିକେଟ ଟିମ୍କୁ ଜୋସ ବଟଲର ନେତୃତ୍ୱ ନେବା ସହ ଟେଷ୍ଟ ଫର୍ମାଟରେ ବେନ ଷ୍ଟୋକ୍ସ କ୍ୟାପଟେନ ହେବା ଜଣାପଡିଛି ।
ସେ ଇଂଲଣ୍ଡ ଦଳର ଅଧିନାୟକତ୍ୱ ଛାଡିବା ସହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବୋଲି ଏନେଇ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ମୋର୍ଗାନ ୨୦୧୪ରୁ ଇଂଲଣ୍ଡ ପାଇଁ ହ୍ୱାଇଟ ବଲ ଟିମର କ୍ୟାପଟେନ ହୋଇଥିଲେ । ୨୦୧୯ରେ ତାଙ୍କ ନେତୃତ୍ୱରେ ଇଂଲଣ୍ଡରେ ଅନୁଷ୍ଠିତ ଏକଦିବସୀୟ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଚାମ୍ପିଅନ ହୋଇଥିଲେ । ଏହି ସମୟ ମଧ୍ୟରେ ମୋର୍ଗାନ ୧୯୮ଟି ମ୍ୟାଚରୁ ୧୧୮ଟିରେ ବିଜୟ ହୋଇଥିଲେ । ସେହିପରି ୭୨ଟି ଟି-୨୦ ମ୍ୟାଚରୁ ୪୨ଟି ମ୍ୟାଚ ଜିତିଥିବା ରେକର୍ଡ ରହିଛି । ଯାହା ଇଂଲଣ୍ଡ ପାଇଁ କୌଣସି ଅଧିନାୟକଙ୍କ ଅପେକ୍ଷା ଅଧିକ ବୋଲି ଜଣାପଡିଛି । ତେବେ ଇଂଲଣ୍ଡ ଟିମରେ ସଦସ୍ୟ ହେବା ପୂର୍ବରୁ ସେ ଆୟାରଲାଣ୍ଡ ପାଇଁ ଖେଳି ସାରିଛନ୍ତି । ସେ ଆୟାରଲାଣ୍ଡ ପାଇଁ ୨୩ଟି ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ ଖେଳିଛନ୍ତି ।

Related posts

ଟି-୨୦ ସିରିଜ୍ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁଁହାଁମୁହିଁ

Odisha Sports Bureau

ବାର୍ଷିକ ଅପଡେଟ୍ ଜାରି କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ

Odisha Sports Bureau

ପୁରୁଷ ଏବଂ ମହିଳା ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ୩ ଖେଳାଳିଙ୍କୁ ମନୋନୀତ କରିଛି ଆଇସିସି; ଇଂଲଣ୍ଡ ଏବଂ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଆଧିପତ୍ୟ

Odisha Sports Bureau

Leave a Comment