Cricket

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅଲମ୍ପିକ୍ସରେ ପୁଣି ସାମିଲ ହେବାକୁ ଯାଉଛି କ୍ରିକେଟ । ୧୨୮ ବର୍ଷପରେ ପୁଣିଥରେ ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇପାରିବେ । ଅନ୍ତର୍ଜାତୀୟ ଅଲମ୍ପିକ୍ସରେ କମିଟି ଶୁକ୍ରମାର ଦିନ ୫ଟି ଖେଳକୁ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି କି, କାର୍ଯ୍ୟକାରୀ ବୋର୍ଡର ଅଧିକାରୀମାନେ କ୍ରିକେଟ ସମେତ ମୋଟ ୫ଟି ନୂଆ ଖେଳକୁ ଅଲମ୍ପିକ୍ସରେ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ୫ଟି ଖେଳ ମଧ୍ୟରେ କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟବଲ, ଫ୍ଲାଗ ଫୁଟବଲ, ସ୍କେ୍ୱସ ଖେଳକୁ ସାମିଲ କରାଯାଇଛି । ଏହି ଯେଉଁ ୫ଟି ଖେଳକୁ ଅଲମ୍ପିକ୍ସରେ ସାମିଲ କରାଯାଇଛି ତାହା ୨୦୨୮ରେ ଲସ୍ ଏଞ୍ଜେଲ୍ସ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରଥମେ ସୋମବାର ଦିନ ଓଇସି ସଦସ୍ୟତା ତରଫରୁ ହେବାକୁ ଥିବା ଭୋଟିଂରେ ବିଜୟଲାଭ କରିବା ଆବଶ୍ୟକ ।

Related posts

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

Odisha Sports Bureau

ଚେନ୍ନାଇରେ ବିଜୟ ଉତ୍ସବ ପାଳିବେ ଶ୍ରୀନିବାସନ୍

IPL ଖେଳିବେ ପାକିସ୍ତାନୀ ଖେଳାଳି!

Leave a Comment