ଗୁଜୁରାଟ: ଗୁଜୁରାଟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ରିବାବା ଜାଡେଜା । ଭାରତୀୟ ଦଳର ଅଲରାଉଣ୍ଡର ଖେଳାଳୀ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଉଛନ୍ତି ରିବାବା ଜାଡେଜା । ତେବେ ପ୍ରଥମ ଥର ପାଇଁ ରିବାବା ରାଜନୀତିରେ ପାଦ ଦେଇଥିବା ବେଳେ ୫୩ହଜାର ୫୭୦ ଭୋଟ ବ୍ୟବଧାନରେ ତାଙ୍କ ବିପକ୍ଷଙ୍କୁ ହରାଇଛନ୍ତି । ତେବେ ଗୁଜୁରାଟରେ ବିଜେପି ନିର୍ବାଚନ ଜିତିବା ପରେ ଜୋରାଦାର ସେଲିବ୍ରେସନ ଆଜି ପର୍ଯ୍ୟନ୍ତ ଜାରି ରହିଛି ।ତେବେ ରିବାବା ଜାଡେଜାଙ୍କ ବିଜୟ ନେଇ ଏବେ ଏକ ଟ୍ୱଟି୍ ଭାଇରାଲ ଖୁବ୍ ଭାଇରାଲ ହେବାର ଲାଗିଛି । ଏହ ଟ୍ୱଟି୍ କରିଛନ୍ତି ରିବାବାଙ୍କ ସ୍ୱାମୀ ରବିନ୍ଦ୍ର ଜାଡେଜା । ଯେଉଁଥିରେ ଜାଡେଜା ଲେଖିଛନ୍ତି ଯେ , ହାଲୋ ଏମେଲେ । । ଆପଣ ଏହି ପଦବୀର ଯୋଗ୍ୟ ଅଟନ୍ତି । ଜାମନଗରର ଜନତାଙ୍କ ବିଜୟ ହୋଇଛି । ମୁଁ ସମସ୍ତ ଜାମନଗର ବାସୀଙ୍କ ତରଫରୁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି । ଆଶା କରୁଛି ଜାମନଗର ଜନତାଙ୍କ ସମସ୍ତ ଦୁଃଖ ନିଶ୍ଚିତ ଦୂର କରିବେ ମାତା(ରିବାବା ଜାଡେଜା) ।ଏହ ସହ ଟ୍ୱିଟରେ ରବିନ୍ଦ୍ର ଜାଡେଜା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ସେ ଏବଂ ତାଙ୍କ ପତ୍ନୀ ରହିଛନ୍ତି । ଏଥି ସହ ଫଟୋରେ ଏମଏଲେ ଗୁଜୁରାଟ ଲେଖାଥିବା ପ୍ଲେଟ୍ ଲଗାଯାଇଛି ।
ସୂଚନାଥାଉକି, ଗୁଜୁରାଟରେ ୨୭ ବର୍ଷ ଧରି ଶାସନ କରୁଛି ବିଜେପି । ତେବେ ଚଳିତ ଥର ସହ ସପ୍ତମଥର ପାଇଁ ଶାସନ ଗାଦିକୁ ଅକ୍ତିଆର କରିଛି ବିଜେପି । ଏହାର ସମସ୍ତ ଶ୍ରେୟ ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିର୍ବାଚନ ସମୟରେ ଗୁଜୁରାଟର କୋଣ ଅନୁକୋଣ ଯାଇ ପ୍ରଚାର କରିଥିଲେ । ଯାହାର ଫଳାଫଳ ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ରହିଛି । ବିପୁଳ ପରିମାଣରେ ଭୋଟ ଦେଇ ଗୁଜୁରାଟବାସୀ ପୁଣି ଥରେ ବିଜେପିକୁ ଶାସନ ଗାଦିରେ ବସାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି ଗୁଜୁରାଟରେ ନିର୍ବାଚନ ଲଡିଥିଲା ଏବଂ ଗୁଜୁରାଟ ବାସୀଙ୍କୁ ବହୁ ମାଗଣା ଯୋଜନା ଦେବାର ଘୋଷଣା କରିଥିଲେ ମଧ୍ୟ ଗୁଜୁରାଟ ବିଧାନସଭା ୧୮୨ ସିଟରୁ ମାତ୍ର ୫ଟି ସିଟ୍ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଥି ସହ କଂଗ୍ରେସ ୧୭ଟି ସିଟ୍ ପାଇଥିବା ବେଳେ ଅନ୍ୟ ୦୪ ସିଟ୍ ପାଇଥିଲା ।ତେବେ ବିଜେପି ସର୍ବାଧିକ୧୫୬ଟି ସିଟ୍ ପାଇ ବିଜୟୀ ହୋଇଥିଲା । ଯାହା ଦ୍ୱାରା ବିଜେପି ନୂଆ ରେକର୍ଡ ସୃଷ୍ଟ କରିଛି । ତେବେ ରିବାବା ଜାଡେଜା ପ୍ରଥମ ପାଇଁ ବିଜେପି ତରଫୁର ରାଜନୀତିରେ ପାଦ ଦେଇ ବିପୁଳ ପରିମାଣରେ ଭୋଟ ପାଇ ଜାମନଗରରେ ବିଧାୟିକା ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି ।