ନୂଆଦିଲ୍ଲୀ:ଦିନେ ତାଙ୍କୁ କ୍ରିକେଟର ଭାବେ ଗ୍ରହଣ କରୁ ନ ଥିଲେ । ବାହାର କରି ଦେଇଥିଲେ ଟିମ୍ରୁ । ଯଦିବା ତାଙ୍କୁ ସିଲେକସନ୍ କରାଯାଉଥିଲା, ସେ ପାଣି ନେଇ ଅନ୍ୟ ସାଥୀ ଖେଳାଳିଙ୍କୁ ଦେଉଥିଲେ । କିନ୍ତୁ ସମୟ ସବୁବେଳେ ସମାନ ନଥାଏ । ଯେଉଁ ଖେଳାଳିଙ୍କୁ କେହି ପଚାରୁ ନ ଥିଲେ ଆଜି ସେ ସାରା ଦୁନିଆର ସବୁଠାରୁ ଦାମୀ କ୍ରିକେଟ ଖେଳାଳି । ସେ ଆଉ କେହି ନୁହନ୍ତି ଇଣ୍ଡିଆ ଟିମର ଅଲ ରାଉଣ୍ଡର ଦୀପକ ଚହର । ଦୀପକ ଆଜି ସାରା ବିଶ୍ୱରେ ପରିିଚିତ । ଆସନ୍ତୁ ଜାଣିବା ଦୀପକଙ୍କ କ୍ୟାରିଅର ଓ ଜୀବନ ସମ୍ପର୍କରେ । ୧୯୯୨ ମସିହା ଅଗଷ୍ଟ ୭ ତାରିଖରେ ଉତରପ୍ରଦେଶରେ ଭାରତୀୟ ଖେଳାଳି ଦୀପକ ଚହର ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଦୀପକଙ୍କୁ ୧୦ ବର୍ଷ ହୋଇଥିଲା, ସେତେବେଳେ କ୍ରିକେଟ ପ୍ରତି ତାଙ୍କର ଥିଲା ଦୁର୍ବଳତା । ଦୀପକଙ୍କ ବାପା ଥିଲେ ଜଣେ ବାୟୁସେନାର କର୍ମଚାରୀ । ପୁଅର କ୍ରିକେଟ ପ୍ରତି ଭଲପାଇବା ଦେଖି ବାପା ତାଙ୍କ ଘର ବାହାରେ ଦୁଇଟି ଫିଲ୍ଡ କରିବା ଫଳରେ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ଅଭ୍ୟାସ କରୁଥିଲେ ଦୀପକ ଚହର । ଏହାପରେ ଦୀପକ ଚହରଙ୍କ ପିତା ପୁଅକୁ ଆନ୍ତର୍ଜାିତକ ଖେଳରେ ପହଚେଂବା ପାଇଁ ଜୟପୁରର ଏକ କୋଚିଙ୍ଗ ସେଟଂରରେ ଅଭ୍ୟାସ ପାଇଁ ଛାଡିଥିଲେ । ପରେ ୨୦୦୮ ମସିହାରେ ଭାରତର କ୍ରିକେଟ ଟିମର କୋଚ କ୍ରେଗ ଚାପେଲ ଦୀପକ ଚହରଙ୍କ ଖେଳ ଉପରେ ସେମିତି କିଛି ଆକର୍ଷଣୀୟ ଦୃଶ୍ୟ ଦେଖିନପାରି ଦୀପକ ଚହରଙ୍କୁ କ୍ରିକେଟ ଛାଡିବାକୁ କହିଥିଲେ । ପରେ ୨୦୧୦ ମସିହା ନଭେମ୍ବର ମାସରେ ହାଇଦ୍ରାବାଦରେ ଖେଳି , କରିଥିଲେ ମାତ୍ର ୧୦ ରନ୍ ।
ପରେ ୨୦୧୪ ମସିହାରେ ରାଜସ୍ଥାନ ଟିମକୁ ଟ୍ରଫି ଜିତିବାରେ ସାହାଯ୍ୟ କରିଥିଲେ ଦୀପକ ଚହର । ଏହିଠାରୁ ଆରମ୍ଭ ହୋଇଥିଲା ଦୀପକ ଚହରଙ୍କ ନୂଆ ଜୀବନ । ପ୍ରଥମ ଥର ପାଇଁ ଆଇପିଏଲର ନୂଆ ଟିମ ଦୀପକଙ୍କୁ କିଣିବା ପରେ ଆଇପିଏଲରେ ନିଜର ଦମଦାର ଖେଳ ଦେଖାଇ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରିୟ ହୋଇପାରିଥିଲେ । ତାପରେ ଭାରତୀୟ ନିଳ ଜର୍ସିରେ ଇଂଲଣ୍ଡ ବିରୋଧରେ ଖେଳିଥିଲେ । ୨୦୧୮ ମସିହାରେ ଚେନାଇ ସୁପର କିଙ୍ଗସକୁ ଚାମ୍ପିୟାନ କରାଇଥିଲେ ଦୀପକ ଚହର । କିନ୍ତୁ ଆନ୍ତରାଷ୍ଟ୍ରୀୟ ଖେଳରେ ସେମିତି କିଛି ଯାଦୁ ଦେଖାଇପାରିନଥିଲେ । ୨୦୧୯ ମସିହା ଆଇପିଏଲରେ ନିଜ ଖେଳରେ ସମସ୍ତଙ୍କୁ ଚକିତ କରିବା ସହିତ ଅନ୍ତରାଷ୍ଟ୍ରୀୟ ଖେଳରେ ନିଜ ପ୍ରଦର୍ଶନ ଦେଖାଇବାପାଇଁ ସୁଯୋଗ ପାଇଥିଲେ ଏବଂ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ଭାରତ ଟିମ୍ରେ ଖେଳି ଦେଶ ପାଇଁ ଗୈାରବ ଆଣିଥିଲେ ଦିପକ ଚହର । ୨୦୨୨ ଜାନୁୟାରୀ ୨୩ ତାରିଖରେ ଆଫ୍ରିକା ବିରୋଧରେ ଖେଳି ଭାରତକୁ ଜିତାଇ ଦେଇଥିଲେ । ସେବେଠାରୁ ଆଉ ଅଟକି ନାହାନ୍ତି ଭାରତୀୟ ଖେଳାଳୀ ଦୀପକ ଚହର ।