ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଇଂଲଣ୍ଡର ସାଉଥହମ୍ପଟନରେ ଟେଷ୍ଟ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚ । ଗଦା ହାସଲ କରିବାକୁ ଉଭୟ ଦଳ ମଧ୍ୟରେ ଚାଲିଛି କଡା ଟକ୍କର । କେବଳ ମଇଦାନରେ ନୁହେଁ କମେଣ୍ଟ୍ରି ବକ୍ସରେ ମଧ୍ୟ ଏହି ମ୍ୟାଚ ରୋମାଞ୍ଚକର ରୂପ ନେଇଛି । ଏହି ମ୍ୟାଚରେ କମେଣ୍ଟ୍ରି ଦୁନିଆରେ ଡେବ୍ୟୁ କରିଛନ୍ତି ଭାରତର ଭେଟେରାନ କ୍ରିକେଟର ଦୀନେଶ କାର୍ତ୍ତିକ । କମେଣ୍ଟ୍ରି ବକ୍ସରେ ଦୀନେଶଙ୍କର ଏଣ୍ଟ୍ରି ଅନ୍ଦାଜ ଥିଲା ସମ୍ପୂର୍ଣ୍ଣ ଅଲଗା । କ୍ରିକେଟ ପ୍ରେମୀଙ୍କୁ ମନୋରଞ୍ଜନର ଖୁରାକ ଯୋଗାଇ ସେମାନଙ୍କ ମନକୁ ସେ ଛୁଇଁପାରିଛନ୍ତି ।
ସୁଯୋଗ ପାଇ ମାଇକେଲ ଭନ ଏବଂ ନାସିର ହୁସେନ ଭଳି ଖେଳାଳୀଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଛନ୍ତି କାର୍ତ୍ତିକ । ମ୍ୟାଚର ଦ୍ୱିତୀୟ ଦିନରେ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଥିଲେ କାର୍ତ୍ତିକଙ୍କ ସାଥି କମେଣ୍ଟ୍ରଟର ନାସିର ହୁସେନ । ରୋହିତ ସର୍ଟ ବଲକୁ ବହୁତ ଭଲ ଖେଳନ୍ତି ଏବଂ ସ୍ପିନ ବିପକ୍ଷରେ ତାଙ୍କ ଫୁଟୱାର୍କ ଅତ୍ୟନ୍ତ ସୁନ୍ଦର ବୋଲି ହୁସେନ କହିଥିଲେ । ଏହାର ଜବାବରେ କାର୍ତ୍ତିକ କହିଥିଲେ ଯେ “ଠିକ ତୁମର ବିପରୀତ” । ନାସିରଭ୍କୁ ଟାର୍ଗେଟ କରି କାର୍ତ୍ତିକଙ୍କର ଏଭଳି ମନ୍ତବ୍ୟ ଖୁବ ଭାଇରାଲ ହେବାକୁ ଲାଗିଛି ଏବଂ ଏହାକୁ ଭରପୂର ପ୍ରଶଂସା କରିଛନ୍ତି କ୍ରିକେଟ ପ୍ରେମୀ । ତେବେ ଦୀନେଶ କାର୍ତ୍ତିକ ଏବେ ପର୍ଯ୍ୟନ୍ତ କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇ ନଥିବା ବେଳେ କମେଣ୍ଟ୍ରି ବକ୍ସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ଦୀନେଶ କାର୍ତ୍ତିକ ।
previous post
next post