Cricket

ଦକ୍ଷିଣ ଆଫ୍ରିକା ଉପରେ ଦୀପ୍ତି ଶର୍ମାଙ୍କ ‘ଡବଲ ଆକ୍ରମଣ…

ଦୀପ୍ତି ଶର୍ମାଙ୍କ ଡବଲ୍ ହେଡର (୩୬* ଏବଂ ୧୯ ରନ୍ ରେ ୫ ୱିକେଟ୍) ବଳରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଶନିବାର ଚତୁର୍ଥ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୪ ରନ୍‌ରେ ପରାସ୍ତ କରିଛି। ଜୋହାନ୍ସବର୍ଗରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୮୫/୫ ରନ୍ କରିଥିଲା। ଜବାବରେ, ପ୍ରୋଫାଇଲିଆ ଦଳ ୧୭୧/୯ ରନ୍‌ କରିପାରିଥିଲା।

ଏହା ଚଳିତ ସିରିଜରେ ଭାରତର ପ୍ରଥମ ବିଜୟ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମ ତିନୋଟି ମ୍ୟାଚ୍ ହାରିବା ପରେ ସିରିଜ୍ ହାରି ସାରିଥିଲା। ଏହି ବିଜୟ ସହିତ, ଭାରତୀୟ ଦଳ ସିରିଜ୍ ଲିଡକୁ 1-3 ରେ ସଙ୍କୁଚିତ କରିବାରେ ସଫଳ ହୋଇଛି। ଦୁଇ ଦଳ ମଧ୍ୟରେ ସିରିଜ୍ ର ପଞ୍ଚମ ଏବଂ ଶେଷ ମ୍ୟାଚ୍ ଏପ୍ରିଲ 27 ତାରିଖରେ ବେନୋନିରେ ଖେଳାଯିବ।

ଟସ୍‌ ହାରି ପ୍ରଥମ ବ୍ୟାଟିଂ କରିଥିବା ଭାରତ ପାୱାର ପ୍ଲେ ମଧ୍ୟରେ ୪୭ ରନ୍‌ରେ ଶେଫାଳୀ ବର୍ମା (୯) ଓ ଅନୁଷ୍କା ଶର୍ମା (୨୭)ଙ୍କୁ ହରାଇ ଦେଇଥିଲା। ଜେମିମା ରଡ୍ରିଗ୍ସ ଓ ହର୍‌ମନ୍‌ପ୍ରୀତ କୌର ତୃତୀୟ ୱିକେଟ୍‌ରେ ୫୫ ରନ୍‌ର ଭାଗୀଦାର ଗଢ଼ି ଦଳୀୟ ସ୍କୋର୍‌ ୧୦୦ ରନ୍‌ ପାର୍‌ କରିଥିଲେ। ରଡ୍ରିସ୍ସ (୨୯ ବଲ୍‌ରୁ ୪୩), ଭାରତୀ ଫୁଲମାଳି (୨) ଓ କୌର (୧୬ ବଲ୍‌ରୁ ୨୨) ଆଉଟ୍‌ ହେବା ପରେ ଦୀପ୍ତି ଓ ରିଚା ଘୋଷ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌ ୧୮୫/୫ରେ ପହଞ୍ଚାଇଥିଲେ। ଦୀପ୍ତି (୨୬ ବଲ୍‌ରୁ ୩୬*) ଏବଂ ରିଚା ଘୋଷ (୧୮ ବଲ୍‌ରୁ ୩୪*) ଷଷ୍ଠ ୱିକେଟ୍‌ରେ ୬୫ ରନ୍‌ ଯୋଡ଼ିଥିଲେ।

ଜବାବରେ ୩୨ ରନ୍‌ରେ ଲୌରା ଓଲ୍‌ଭାର୍ଟ (୧୮)ଙ୍କୁ ହରାଇବା ପରେ ସୁନ୍‌ ଲୁସ (୪୦) ଓ ତାଜମିନ୍‌ ବ୍ରିଟ୍‌ସ (୩୦) ଦ୍ବିତୀୟ ୱିକେଟ୍‌ରେ ୫୪ ରନ୍‌ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ହେଲେ ଲୁସ୍‌ଙ୍କୁ ଦୀପ୍ତି ଆଉଟ୍‌ କରିବା ପରେ ଘରୋଇ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଲୁସ୍‌ଙ୍କ ପରେ ଆନେରି ଡର୍କସେନ୍‌, କାୟଲା ରେନେକେ, ତୁମି ସେଖୁ ଓ ଆୟାବୋଙ୍ଗା ଖାଖାଙ୍କୁ ଆଉଟ୍‌ କରି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ୟୁନିଟ୍‌କୁ ଦୀପ୍ତି ଭାଙ୍ଗିଦେବାରୁ ଦଳ ୧୭୧/୯ରେ ଅଟକି ଯାଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଦୀପ୍ତି (୩୬* ରନ୍‌, ୫/୧୯)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

Related posts

ଗମ୍ଭୀରଙ୍କୁ ପ୍ରଶଂସାରେ ପୋତିଲେ ମାହି

Odisha Sports Bureau

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

Odisha Sports Bureau

କ୍ରିକେଟ ପଡିଆରେ ଓମିକ୍ରନ ଆତଙ୍କ

Odisha Sports Bureau