ଷ୍ଟିଫେନ୍ ଫ୍ଲେମିଂ ବିଦାୟ ପରେ ମୁଖ୍ୟ କେଚ୍ କିଏ ହେବ ନେଇ ଚର୍ଚ୍ଚା ଜୋର ଧରିଛି । ଏକ ରିପେର୍ଟ ଅନୁସାରେ ଭାରତର ପୂର୍ବତନ ବ୍ୟାଟର୍ ହେମାଙ୍ଗ ବଡାନିଙ୍କୁ ଫ୍ଲେମିଂଙ୍କ ଦାବିଦାର ମନେ କରାଯାଉଛି।ରିପୋର୍ଟ ଅନୁସାରେ, ନୂଆ କୋଚ୍ଙ୍କୁ ନେଇ ଆସନ୍ତା ସପ୍ତାହରେ ନିଷ୍ପତ୍ତି ହୋଇପାରେ। ଏହି ନିଷ୍ପତ୍ତିରେ ମହେନ୍ଦ୍ର ସିଂହ ଧୋନି, ଅଧିନାୟକ ଋତୁରାଜ ଗାଏକ୍ୱାଡ୍ ଓ ଟିମ୍ ମ୍ୟାନେଜମେଣ୍ଟର ଭୂମିକା ରହିବ।ତେବେ ଧୋନିଙ୍କ ଦୁଇଟି ପ୍ରସ୍ତାବ ଏବେ ଚର୍ଚ୍ଚାର କେନ୍ଦ୍ରରେ। ପ୍ରଥମ—କୋଚିଂ ଷ୍ଟାଫ୍ର ନେତୃତ୍ୱ ଜଣେ ଭାରତୀୟଙ୍କ ହାତରେ ରହୁ। ଦ୍ୱିତୀୟ—ନୂଆ ମୁଖ୍ୟ କୋଚ୍ କେବଳ ଉଝକ ପାଇଁ କାମ କରନ୍ତୁ, ଅନ୍ୟ ଲିଗ୍ରେ କୋଚିଂ ଦାୟିତ୍ୱ ନନିଅନ୍ତୁ।
previous post
