Cricket

ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆ ଦିଲ୍ଲୀ: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୭ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ କରୁଣ ନାୟାର ୪୪ ରନ କରିଥିବାବେଳେ ସମୀର ରିଜଭି ୫୮ ରନ ଓ କେଏଲ ରାହୁଲ ୩୫ ରନ କରିଥିଲେ ।

ଏହି ମ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲେ ବି ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ପ୍ରିୟାଂଶ ଆର୍ଯ୍ୟା ୬ ରନ କରି ଆଉଟ ହୋଇଥିବାବେଳେ ପ୍ରଭସିମରନ ସିଂ ୨୮ ରନ କରିଥିଲେ ।

ସେହିପରି ଶ୍ରେୟସ ଆୟର ୫୩ ରନ କରିଥିବାବେଳେ ଜୋସ ଇଙ୍ଗଲିସ ୩୨ ରନ କରିଥିଲେ । ନିହାଲ ଓ୍ବାଧେରା ୧୬ ରନ ଓ ଶଶାଙ୍କ ସିଂ ୧୧ ରନ କରିଥିଲେ । ତେବେ ମାର୍କସ ଷ୍ଟୋଇନିସ ମାତ୍ର ୧୬ ବଲରେ ୪ ଛକା, ୩ ଚୌକା ସହ ୪୪ ରନ କରିଥିଲେ । ତାଙ୍କର ଏହି ଲଢୁଆ ଇନିଂସ ବଦଳରେ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୬ ରନ କରିଥିଲା ।  ଗୁଜୁରାଟକୁ 33 ରନରେ ହରାଇଲା ଲକ୍ଷ୍ନୌ, ମାର୍ଶଙ୍କ ଶତକ” ଦିଲ୍ଲୀ ପକ୍ଷରୁ ଆଜି ଶମୀର ରିଜଭି ଧୂଆଁଧାର ପାଳି ଖେଳି ଅପରାଜିତ ରହିବା ସହ ସର୍ବାଧିକ ରନ କରିଥିଲେ ।

ସେ 25 ବଲରେ 58 ରନ କରିଥିଲେ । ଏଥିରେ 3ଟି ଚୌକା ଓ 5ଟି ଛକା ସାମିଲ ରହିଛି । ଅନ୍ୟାମାନଙ୍କ ମଧ୍ୟରେ କେଏଲ ରାହୁଲ 35, ଡୁପ୍ଲେସିସ 23, କରୁନ 44, ଅଟଲ 22 ଓ ଟ୍ରିଷ୍ଟନ ଅପରାଜିତ 18 ରନ କରିଥିଲେ । ପଞ୍ଜାବ ପକ୍ଷରୁ ହରପ୍ରିତ ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ । ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ଟି ଓ୍ବିକେଟ ନେଇଥିବାବେଳେ ବିପ୍ରାଜ ନିଗମ ଓ କୂଳଦୀପ ଯାଦବ ୨ଟି ଲେଖାଏଁ ନେଇଥିଲେ ।

ପ୍ଲେ ଅଫକୁ ଯାଇଥିବା ଦଳକୁ ଦିଲ୍ଲୀ ତାର ଶେଷ ଲିଗ ମ୍ୟାଚରେ ପରାସ୍ତ କରି ବିଜୟ ସହ ଆଇପିଏଲ ଅଭିଯାନ ଶେଷ କରିଛି । ଦିଲ୍ଲୀ ପକ୍ଷରୁ ଶମିର ରିଜଭ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ମ୍ୟାଚ ହାରିବା ପରେ ବି ପଏଣ୍ଟ ଟେବୁଲ ଦ୍ବିତୀୟରେ ପଞ୍ଜାବ ।

Related posts

ହିଟମ୍ୟାନଙ୍କ ହାତରେ ବଡ ସଫଳତା

Odisha Sports Bureau

ଆଜି ସଂଧ୍ୟାରେ ମୁହାଁ ମୁହିଁ ହେବେ କାନାଡା ଓ ଆୟର୍ଲାଣ୍ଡ

Odisha Sports Bureau

ଭାରତ ଶୃଙ୍ଖଳା ଜିତିଲା: ଆୟର୍ଲାଣ୍ଡ୍‌ ୩୩ ରନ୍‌ରେ ପରାସ୍ତ

Odisha Sports Bureau

Leave a Comment