Cricket

ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆ ଦିଲ୍ଲୀ: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୭ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ କରୁଣ ନାୟାର ୪୪ ରନ କରିଥିବାବେଳେ ସମୀର ରିଜଭି ୫୮ ରନ ଓ କେଏଲ ରାହୁଲ ୩୫ ରନ କରିଥିଲେ ।

ଏହି ମ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲେ ବି ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ପ୍ରିୟାଂଶ ଆର୍ଯ୍ୟା ୬ ରନ କରି ଆଉଟ ହୋଇଥିବାବେଳେ ପ୍ରଭସିମରନ ସିଂ ୨୮ ରନ କରିଥିଲେ ।

ସେହିପରି ଶ୍ରେୟସ ଆୟର ୫୩ ରନ କରିଥିବାବେଳେ ଜୋସ ଇଙ୍ଗଲିସ ୩୨ ରନ କରିଥିଲେ । ନିହାଲ ଓ୍ବାଧେରା ୧୬ ରନ ଓ ଶଶାଙ୍କ ସିଂ ୧୧ ରନ କରିଥିଲେ । ତେବେ ମାର୍କସ ଷ୍ଟୋଇନିସ ମାତ୍ର ୧୬ ବଲରେ ୪ ଛକା, ୩ ଚୌକା ସହ ୪୪ ରନ କରିଥିଲେ । ତାଙ୍କର ଏହି ଲଢୁଆ ଇନିଂସ ବଦଳରେ ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୬ ରନ କରିଥିଲା ।  ଗୁଜୁରାଟକୁ 33 ରନରେ ହରାଇଲା ଲକ୍ଷ୍ନୌ, ମାର୍ଶଙ୍କ ଶତକ” ଦିଲ୍ଲୀ ପକ୍ଷରୁ ଆଜି ଶମୀର ରିଜଭି ଧୂଆଁଧାର ପାଳି ଖେଳି ଅପରାଜିତ ରହିବା ସହ ସର୍ବାଧିକ ରନ କରିଥିଲେ ।

ସେ 25 ବଲରେ 58 ରନ କରିଥିଲେ । ଏଥିରେ 3ଟି ଚୌକା ଓ 5ଟି ଛକା ସାମିଲ ରହିଛି । ଅନ୍ୟାମାନଙ୍କ ମଧ୍ୟରେ କେଏଲ ରାହୁଲ 35, ଡୁପ୍ଲେସିସ 23, କରୁନ 44, ଅଟଲ 22 ଓ ଟ୍ରିଷ୍ଟନ ଅପରାଜିତ 18 ରନ କରିଥିଲେ । ପଞ୍ଜାବ ପକ୍ଷରୁ ହରପ୍ରିତ ସର୍ବାଧିକ 2ଟି ଓ୍ବିକେଟ ନେଇଥିଲେ । ଦିଲ୍ଲୀ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ଟି ଓ୍ବିକେଟ ନେଇଥିବାବେଳେ ବିପ୍ରାଜ ନିଗମ ଓ କୂଳଦୀପ ଯାଦବ ୨ଟି ଲେଖାଏଁ ନେଇଥିଲେ ।

ପ୍ଲେ ଅଫକୁ ଯାଇଥିବା ଦଳକୁ ଦିଲ୍ଲୀ ତାର ଶେଷ ଲିଗ ମ୍ୟାଚରେ ପରାସ୍ତ କରି ବିଜୟ ସହ ଆଇପିଏଲ ଅଭିଯାନ ଶେଷ କରିଛି । ଦିଲ୍ଲୀ ପକ୍ଷରୁ ଶମିର ରିଜଭ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ମ୍ୟାଚ ହାରିବା ପରେ ବି ପଏଣ୍ଟ ଟେବୁଲ ଦ୍ବିତୀୟରେ ପଞ୍ଜାବ ।

Related posts

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରୁ ବାଦ ପଡ଼ିଲେ ହାସନ

Odisha Sports Bureau

ବିଶ୍ୱ ରେକର୍ଡ ସୃଷ୍ଟି କଲା ଟିମ୍ ଇଣ୍ଡିଆ

Odisha Sports Bureau

ପ୍ରଥମ ଥର ପାଇଁ ଜୁନ ମାସରେ ଖେଳାଯିବ ବାରବାଟୀ ମ୍ୟାଚ

Odisha Sports Bureau