Golf

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସହ ଧୋନୀଙ୍କ ଗଲ୍ଫ ଖେଳ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ର ଖେଳ ଦୁନିଆରେ ସମସ୍ତଙ୍କର ପ୍ରିୟ ରହିଥିବାବେଳେ ଏବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନୀ ଆଉ ଟ୍ରମ୍ପ ଉଭୟ ନ୍ୟାସନାଲ ଗଲ୍ଫ କ୍ଲବରେ ଏକାଠି ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି ।
ମହେନ୍ଦ୍ର ସିଂ ଧୋନୀଙ୍କ ଆଇପିଏଲ୍ ଖେଳିବା ସମୟରେ ତାଙ୍କ ଗୋଡରେ ଆଘାତ ଲାଗିବାରୁ ସେ ମୁମ୍ବାଇରେ ତାଙ୍କ ଆଣ୍ଠୁର ସର୍ଜରୀ କରିଥିଲେ । ଆଉ ଏବେ ଗଲ୍ଫ ପଡିଆରେ ଧୋନୀ ଖେଳୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ଏବେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ତେବେ ଜାଣିବାକୁ ମିଳିଛି ମହେନ୍ଦ୍ର ସିଂ ଧୋନୀଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମନ୍ତ୍ରୀତ କରିଥିଲେ ।

Related posts

ଓଡ଼ିଆ ଝିଅ କାଶିକା ମିଶ୍ର ଏବେ ନିଜ ଗଲ୍ଫ କ୍ୟାରିୟରେ ବଡ଼ ସଫଳତା

Odisha Sports Bureau

ଶିବ ଏବଂ ଚିକ୍କାରଙ୍ଗପ୍ପା ସଂୟୁକ୍ତା ଦ୍ୱିତୀୟ ସ୍ଥାନରେ, କିମ୍ ଜିତିଲେ ଟାଇଟଲ୍

Odisha Sports Bureau

ଜନ୍ ରାମଙ୍କ ରୋମାଞ୍ଚକର ବିଜୟ

Odisha Sports Bureau