Badminton

ବିବାହର ୭ ବର୍ଷ ପରେ ଛାଡ଼ପତ୍ର

ନୂଆଦିଲ୍ଲୀ-: ଭାରତର ବ୍ୟାଡମିଣ୍ଟନ ରାଣୀ ସାଇନା ନେହୱାଲ ଏବଂ ତାଙ୍କ ସ୍ୱାମୀ ପରୁପଲ୍ଲୀ କଶ୍ୟପ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଏହି ଦୁଇ ତାରକାଙ୍କ ଅଲଗା ହେବା ଖବର ଭାରତୀୟ କ୍ରୀଡ଼ା ଜଗତ‌ରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ସାଇନା ନେହୱାଲ ସୂଚନା ଦେଇଛନ୍ତି ଯେ ସେ ପାରସ୍ପରିକ ସହମତିରେ ପରୁପଲ୍ଲୀ କଶ୍ୟପଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାଇନା ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ନିଷ୍ପତ୍ତି ସମ୍ପର୍କରେ ଏକ ଅପଡେଟ୍ ମଧ୍ୟ ସେୟାର କରିଛନ୍ତି। ଯାହା ଏବେ କ୍ରୀଡ଼ା ଜଗତକୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଛି ।

ଏନେଇ ସାଇନା ଲେଖିଛନ୍ତି, ଜୀବନ କେତେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ । ବହୁତ ଚିନ୍ତା କରିବା ପରେ, କଶ୍ୟପ ପରୁପଲ୍ଲୀ ଏବଂ ମୁଁ ପୃଥକ ହେବାକୁ ନିଷ୍ପତ୍ତି ନେଇଛୁ। କାଶ୍ୟପ କିନ୍ତୁ ଏନେଇ କିଛି କହିନାହାନ୍ତି। ୭ ବର୍ଷର ବିବାହ ବନ୍ଧନ ପରେ ଏହି ଚର୍ଚ୍ଚିତ କ୍ରୀଡ଼ା ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସାଇନା ଓ କାଶ୍ୟପ ହାଇଦରାବାଦ୍‌‌ ସ୍ଥିତ ପୁଲୈଲା ଗୋପୀଚାନ୍ଦ ଏକାଡେମୀରେ ଦୁଇ ଦଶନ୍ଧି ପୂର୍ବରୁ ଏକାଠି ପ୍ରଶିକ୍ଷଣ ନେଉଥିଲେ। ୨୦୦୪ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଓ ୨୦୧୮ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Related posts

ୟୁଏସ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଫାଇନାଲରେ ତନଭି ଓ ଆୟୁଷ

୫୨ ବର୍ଷ ପରେ ପଦକ ପକ୍କା କଲେ ସାତ୍ତ୍ୱିକ-ଚିରାଗ

Odisha Sports Bureau

ପୁଣି ସ୍ୱର୍ଣ୍ଣ ଦେଲେ ଭଗତ

Odisha Sports Bureau