Wrestling

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦୂତି ଚାନ୍ଦ

ସବୁବେଳେ ସରକାର ନାରୀ ପୁରୁଷକୁ ସମାନ ସମ୍ମାନ ଦିଅନ୍ତି । କିନ୍ତୁ କିଛି ବ୍ୟକ୍ତି ଦୁର୍ବଳତା ଦେଖି ଯୌନ ନିର୍ୟାତନା ଫାଇଦା ଉଠାଇବାରେ । ଚାକିରି ହେଉ କି ରାଜନୀତି କିମ୍ବା ଅଭିନୟ କ୍ଷେତ୍ରରେ, ଏଭଳି ଘଟଣା ସବୁବେଳେ ଦେଖିବାକୁ ମିଳୁଛି।ନିକଟରେ ଏକ ଜାତିୟ ଗଣ ମାଧ୍ୟମରେ ଦିଲ୍ଲୀର ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସେ ସମର୍ଥନ ଜଣାଇଛନ୍ତି। ଦେଶର ଝିଅଙ୍କ ସହିତ ଏପରି ନିର୍ୟାତନା ଠିକ୍ ନୁହେଁ।

ମୁଁ ମଧ୍ୟ ପିଲାବେଳେ ଏଭଳି ହେଉଥିବା ଦେଖିଛି। କିଛି ପ୍ରଶିକ୍ଷକ ନିର୍ୟାତନା ଦେଇଥା’ନ୍ତି। କିନ୍ତୁ ଏବେକାର ଘଟଣା ବହୁତ ବଡ଼। କାରଣ ଅଲିମ୍ପିକ ପଦକ ଆଣୁଥିବା କ୍ରୀଡ଼ାବିତ୍ଙ୍କ ସହିତ ଯଦି ଏପରି ହୋଇପାରୁଛି, ତାହେଲେ ଛୋଟ କ୍ରୀଡ଼ାବିତ୍ଙ୍କ ସହିତ କ’ଣ ଘଟୁଥିବ ତାହା ଅନୁମାନ କରାଯାଇପାରେ। ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ସତକୁ ସାମ୍ନାକୁ ଆଣିବାକୁ ସେ ଆହ୍ବାନ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିଲେ ଭବିଷ୍ୟତରେ ଆଉ ଏଭଳି କାମ କରିବାକୁ କେହି ସାହସ କରିବେନି ବୋଲି ଦୂତି କହିଛନ୍ତି।

 

Related posts

୨୦୦ ମିଟର ଫାଇନାଲ୍‌ରେ ଶ୍ରାବଣୀ

ରେସଲରଙ୍କ ସମର୍ଥରେ ନୀରଜ ଓ ସାନିଆ

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଲେ ୧୯୮୩ ବିଶ୍ୱକପ୍ ବିଜେତା ଟିମ୍

Odisha Sports Bureau