Cricket

ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ? ତାକୁ ନେଇ କ୍ରିକେଟ ଲଭରଙ୍କ ମଧ୍ୟରେ ଜୋର ଧରିଛି ଚର୍ଚ୍ଚା । ସେମି ଫାଇନାଲରେ ଭାରତ ସହ ପାକିସ୍ତାନ ମ୍ୟାଚ ହେଲେ ରୋଚକ ହୋଇଯିବ ବିଶ୍ୱକପ । ଏଭଳି କିଛି ଚର୍ଚ୍ଚା କରୁଛନ୍ତି ଫ୍ୟାନ୍ସ । ଏହି ଦୁଇ ପାରମ୍ପରିକ ଦଳକୁ ନେଇ ନିଜ ମତ ରଖିଛନ୍ତି ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି କହିଛନ୍ତି ଭାରତ ସହ ପାକ୍ର ହେବ ଟକ୍କର । ଏହି ମୁକାବିଲା ହେଲେ ମହାମୁକାବିଲାର ରୂପ ନେବ । ସେ କହିଛନ୍ତି ଯେ, ସେମିଫାଇନାଲ ରେସରେ ରହିଛି ପାକିସ୍ତାନ । ଆଉ ଯଦି ଭାରତ ସହ ପାକିସ୍ତାନ ମୁକାବିଲା ହୁଏ ତେବେ ଏହାଠୁ ବଡ ଆଉ କିଛି ନାହିଁ ।

କହିରଖୁ କି, ପାକିସ୍ତାନ ନ୍ୟୁଜଲାଣ୍ଡକୁ ହରାଇ ସେମିଫାଇନାଲ ରେସରେ ନିଜ ଯାତ୍ରା ଅବ୍ୟାହତ ରଖିଛି । ସେପାଟେ ତୃତୀୟ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବା ପରେ ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ଦକ୍ଷିଣ ଆଫ୍ରିକା ସହ ସେ ସେମିଫାଇନାଲ ଖେଳିବ । ଆସନ୍ତା ୧୬ ତାରିଖରେ ଏହି ମୁକାବିଲା ହେବ । ସେହିପରି ୧୫ ତାରିଖରେ ଭାରତ ପ୍ରଥମ ସେମିଫାଇନାଲ ଖେଳିବ । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଭାରତର ମୁକାବିଲା ଚତୁର୍ଥ ସ୍ଥାନ ସହ ହେବ । ହେଲେ ଚତୁର୍ଥ ସ୍ଥାନକୁ ଯିବ କିଏ?

ଏଥିପାଇଁ ଦୌଡ଼ରେ ଅଛନ୍ତି ତିନି ଦଳ ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ । ଏହି ତିନି ଦଳ ୮ ପଏଣ୍ଟ ଳେଖାଏଁ ପାଇଥିବା ବେଳେ ଆଗକୁ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଆଜି ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ଭେଟିବ । ଶ୍ରୀଲଙ୍କା ସେମି ଦୌଡ଼ରୁ ବାଦ୍ ପଡ଼ିଛି । ହେଲେ ଲଗାତର ୪ଟି ମ୍ୟାଚ୍ ହାରିଥିବା ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ । ଶ୍ରୀଲଙ୍କାଠୁ ବିଜୟୀ ହେଲେ ସେମିଫାଇନାଲ ପାଇଁ ପ୍ରମୁଖ ଦାବିଦାର ହୋଇପାରିବ । କିନ୍ତୁ ଭାରତ ସହ ସେମିଫାଇନାଲରେ ପାକିସ୍ତାନ ଖେଳୁ ବୋଲି ଚାହାନ୍ତି ଭାରତୀୟ କ୍ରକେଟ ପ୍ରେମୀ ।

Related posts

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

Odisha Sports Bureau

ଆଜି ଭାରତ – ଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ

Odisha Sports Bureau

୬ ବର୍ଷ ପୂର୍ବେ ବାପାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ନିତିଶ

Odisha Sports Bureau

Leave a Comment