Swimming

ଆତ୍ମବିଶ୍ୱାସ ଆଗରେ ସବୁ ଫେଲ

ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ ହରାଇଛନ୍ତି ସିନା, ହେଲେ ଏହାକୁ ଖାତିର ନକରି ସ୍ୱିମିଙ୍ଗ ଆଥଲେଟିକରେ ଭାଗନେବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଚୀନର ଜଣେ ଖେଳାଳୀ । ଏହି ଆଥଲେଟ ଜଣକ ହେଉଛନ୍ତି ଚାଇନାର ଝେଙ୍ଗ ଟାଓ । ପିଲାଦିନେ ବିଦ୍ୟୁତ ଆଘାତରେ ସେ ନିଜର ଦୁଇ ହାତ ହରାଇଥିଲେ । ତେବେ ଏହା ତାଙ୍କ ଚଲା ବାଟରେ କଣ୍ଟା ସାଜି ପାରିନଥିଲା । ପହଁରିବାରେ ସେ ଥିଲେ ପାରଙ୍ଗମ । ଗତ ବୁଧବାର ସେ ୫୦ ମିଟର ଫ୍ରି ଷ୍ଟାଇଲ ଫାଇନାଲରେ ଚମ୍ପିୟନ ହେବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ସେ ଚାଇନାର ୫୦୦ତମ ସମର ପାରାଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।
ପଦକ ଜିତିବା ପରେ ଝେଙ୍ଗ କହିଛନ୍ତି ଯେ, ୨୦୨୦ ପାରା ଅଲିମ୍ପିକ୍ସ ତାଙ୍କ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ସିଜନ ହେଇ ରହିବ । କାରଣ ଟୋକିଓରେ ଏହା ତାଙ୍କର ଶେଷ ଏବଂ ସର୍ବୋତ୍ତମ ରେସ ଅଟେ । ହାତ ନ ଥାଇ ମଧ୍ୟ ମାତ୍ର ୩୧.୪୨ ସେକେଣ୍ଡରେ ୫୦ ମିଟର ରେସ ଜିତି ବିଶ୍ୱ ରେକର୍ଡର ଅଧିକାରୀ ପାଲଟିଛନ୍ତି ଝେଙ୍ଗ ଟାଓ । ୧୩ ବର୍ଷ ବୟସରୁ ସେ ଖେଳିବା ଆରମ୍ଭ କରିଥିଲେ । ୬ ବର୍ଷ ପୂର୍ବେ ନେଦରଲ୍ୟାଣ୍ଡସରେ ଆୟୋଜିତ ବିଶ୍ୱ ଚାମ୍ପିଅନସିପରେ ପଦାର୍ପଣ କରି ୨୦୧୨ ଲଣ୍ଡନ ପାରା ଅଲିମ୍ପିକ୍ସରେ ୧୦୦ ମିଟର ରେସରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ ଜେଙ୍ଗ । ତେବେ ଏହାପରେ ସେ ମେଟ ୪ଟି ସ୍ୱର୍ଣ୍ଣ ହାସଲ କରିସାରିଛନ୍ତି । ଏହା ତାଙ୍କ ସହ ସାରା ଦେଶ ପାଇଁ ଗୌରବର ବିଷୟ ।

Related posts

କଳିଙ୍ଗ ଷ୍ଟାଡିୟମରେ ପିଲାମାନଙ୍କୁ ପହଁରା ଶିଖେଇଲେ ଷ୍ଟେପିନ ରାଇସ

Odisha Sports Bureau

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

Odisha Sports Bureau

ଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ ପ୍ରତ୍ୟାଶା

Odisha Sports Bureau