Swimming

ଆତ୍ମବିଶ୍ୱାସ ଆଗରେ ସବୁ ଫେଲ

ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ ହରାଇଛନ୍ତି ସିନା, ହେଲେ ଏହାକୁ ଖାତିର ନକରି ସ୍ୱିମିଙ୍ଗ ଆଥଲେଟିକରେ ଭାଗନେବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଚୀନର ଜଣେ ଖେଳାଳୀ । ଏହି ଆଥଲେଟ ଜଣକ ହେଉଛନ୍ତି ଚାଇନାର ଝେଙ୍ଗ ଟାଓ । ପିଲାଦିନେ ବିଦ୍ୟୁତ ଆଘାତରେ ସେ ନିଜର ଦୁଇ ହାତ ହରାଇଥିଲେ । ତେବେ ଏହା ତାଙ୍କ ଚଲା ବାଟରେ କଣ୍ଟା ସାଜି ପାରିନଥିଲା । ପହଁରିବାରେ ସେ ଥିଲେ ପାରଙ୍ଗମ । ଗତ ବୁଧବାର ସେ ୫୦ ମିଟର ଫ୍ରି ଷ୍ଟାଇଲ ଫାଇନାଲରେ ଚମ୍ପିୟନ ହେବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ସେ ଚାଇନାର ୫୦୦ତମ ସମର ପାରାଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ।
ପଦକ ଜିତିବା ପରେ ଝେଙ୍ଗ କହିଛନ୍ତି ଯେ, ୨୦୨୦ ପାରା ଅଲିମ୍ପିକ୍ସ ତାଙ୍କ ପାଇଁ ନିଶ୍ଚିତ ଏକ ସ୍ମରଣୀୟ ସିଜନ ହେଇ ରହିବ । କାରଣ ଟୋକିଓରେ ଏହା ତାଙ୍କର ଶେଷ ଏବଂ ସର୍ବୋତ୍ତମ ରେସ ଅଟେ । ହାତ ନ ଥାଇ ମଧ୍ୟ ମାତ୍ର ୩୧.୪୨ ସେକେଣ୍ଡରେ ୫୦ ମିଟର ରେସ ଜିତି ବିଶ୍ୱ ରେକର୍ଡର ଅଧିକାରୀ ପାଲଟିଛନ୍ତି ଝେଙ୍ଗ ଟାଓ । ୧୩ ବର୍ଷ ବୟସରୁ ସେ ଖେଳିବା ଆରମ୍ଭ କରିଥିଲେ । ୬ ବର୍ଷ ପୂର୍ବେ ନେଦରଲ୍ୟାଣ୍ଡସରେ ଆୟୋଜିତ ବିଶ୍ୱ ଚାମ୍ପିଅନସିପରେ ପଦାର୍ପଣ କରି ୨୦୧୨ ଲଣ୍ଡନ ପାରା ଅଲିମ୍ପିକ୍ସରେ ୧୦୦ ମିଟର ରେସରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ ଜେଙ୍ଗ । ତେବେ ଏହାପରେ ସେ ମେଟ ୪ଟି ସ୍ୱର୍ଣ୍ଣ ହାସଲ କରିସାରିଛନ୍ତି । ଏହା ତାଙ୍କ ସହ ସାରା ଦେଶ ପାଇଁ ଗୌରବର ବିଷୟ ।

Related posts

ଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ ପ୍ରତ୍ୟାଶା

Odisha Sports Bureau

୫୦ ମିଟର ବେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ଦିବ୍ୟା ଏବଂ ଖାଡେ

Odisha Sports Bureau

୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

Odisha Sports Bureau

Leave a Comment