Cricket

ୱାର୍ଣ୍ଣରଙ୍କୁ ପରିବାର କରୁଛନ୍ତି ମିସ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ କୋରୋନା ପଶିବା ପରେ ଏ ବର୍ଷ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଇପିଏଲ ସହ ଜଡିତ କିଛି ସଦସ୍ୟ କୋରୋନା ଆକ୍ରାନ୍ତ ହେବା ପରେ ଆଇପିଏଲକୁ ବନ୍ଦ କରିଛି ବିସିସିଆଇ । ତେବେ ଏହାପରେ ସବୁଠୁ ବଡ଼ ଚିନ୍ତା ପାଲଟିଛି ବିଦେଶୀ ଖେଳାଳୀମାନଙ୍କର ଘରକୁ ଫେରିବାକୁ ନେଇ । ଏନେଇ ସେମାନଙ୍କର ପରିବାର ଚିନ୍ତା ପ୍ରକଟ କରିଛନ୍ତି । ଏଥି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଖେଳାଳୀ ଡାଭିଡ ୱାର୍ଣ୍ଣରଙ୍କୁ ତାଙ୍କ ଝିଅମାନେ ବହୁତ ମିସ କରି ଏକ ଇମୋସନାଲ ପୋଷ୍ଟ ଶେୟର କରିଛନ୍ତି । ଏକ ଚିତ୍ର କରି ବାପାଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ ନିବେଦନ କରିଛନ୍ତି ୱାର୍ଣ୍ଣରଙ୍କ ଝିଅ ଇଭି, ଇଣ୍ଡି ଏବଂ ଇସଲା । “ବାପା, ଆମେ ତୁମକୁ ବହୁତ ମିସ କରୁଛୁ , ଘରକୁ ଫେରିଆସ ବାପା” ଏମିତି ଲେଖି ୱାର୍ଣ୍ଣରଙ୍କ ୩ ଝିଅ ଏବଂ ପତ୍ନୀ ତାଙ୍କୁ ଫେରି ଆସିବାକୁ କହିଛନ୍ତି ।

Related posts

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭

Odisha Sports Bureau

ଓଲଟିଗଲା ବାଂଲାଦେଶ, ICCକୁ ପୁଣି କଲା ଅନୁରୋଧ

Odisha Sports Bureau

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau