Football

ଭାରତରେ ପୁରୁଷ ଫିଫା ବିଶ୍ୱକପ ପରେ ମହିଳା ବିଶ୍ୱକପ

(ଓଡ଼ିଶା ସ୍ପୋର୍ଟ):ଭାରତରେ ଆୟୋଜିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ଫିଫା ବିଶ୍ୱକପ୍ ଆୟୋଜନ ଦାୟିତ୍ୱ ପାଇବା ଅତି ଗୌରବର ବିଷୟ । ଗତକାଲି ମିଆମିରେ ବସିଥିବା ଫିଫା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଜୁନିୟର ବିଶ୍ୱ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଆୟୋଜନ ଭାରତ କରିବ ବୋଲି ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ (ଏଆଇଏଫ୍ଏଫ୍) ସଭାପତି ପ୍ରଫୁଲ୍ଲ ପଟେଲ ମଧ୍ୟ ସୂଚନା ଦେଇଛନ୍ତି । ଫିଫା ବିଶ୍ୱକପ୍ କୁ ସଫଳତାର ସହ ଆୟୋଜନ କରିବାକୁ ଆମେ ପୂରା ଦମ୍ରେ ଲାଗି ପଡ଼ିବୁ ବୋଲି ସେ କହିଛନ୍ତି ।
୨୦୧୭ରେ ଭାରତ ୧୭ ବର୍ଷରୁ କମ୍ ପୁରୁଷ ଫିଫା ବିଶ୍ୱକପ୍ର ସଫଳତାର ସହ ଆୟୋଜନ କରିଥିଲା । ଏହା ପରେ ମହିଳା ବିଶ୍ୱକପ୍ ଆୟୋଜନ ପାଇଁ ଆବେଦନ କରିଥିଲା । ଦ୍ୱିତୀୟଥର ପାଇଁ ଭାରତ ଫିଫା ଟୁର୍ଣ୍ଣାମେଣ୍ଟର ଆୟୋଜନ ସୁଯୋଗ ପାଇଛି । ଭାରତୀୟ ମହିଳା ଦଳ ବିଶ୍ୱସ୍ତରରେ ଏବେ ଉନ୍ନତ ଖେଳ ପ୍ରଦର୍ଶନ କରୁଛି ।

Related posts

ବିଷମ କଟକ ଠାରେ ଅନ୍ତରାଜ୍ୟ ଫୁଟବଲ୍ ଟର୍ଣ୍ଣ।ମେଣ୍ଟ ଆୟୋଜିତ

Odisha Sports Bureau

ଗାରେଥ ବାଲେ ଆଜି ଫୁଟବଲକୁ ଅଲବିଦା କହିଛନ୍ତି

Odisha Sports Bureau

ହାର ଜିତ ଭିତରେ ବିଦାୟ ନେଲେ ଫୁଟବଲ ଦୁନିଆର କିମ୍ବଦନ୍ତୀ ଖେଳାଳି ଲିଓନେଲ୍ ମେସି

Odisha Sports Bureau