Football

ଫୁଟବଲ୍ ଆଇ- ଲିଗ୍ ଇଣ୍ଡିଆନ୍ ଆରୋଜ୍ ର ପ୍ରାୟୋଜକ ହେବ ଓଡ଼ିଶା

 ହକି ପରେ ଫୁଟବଲକୁ ସହଯୋଗର ହାତ ବଢାଇବାକୁୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଜାତୀୟ ମହିଳା ଓ ପୁରୁଷ ହକି ଦଳର ୫ ବର୍ଷ ପାଇଁ ପ୍ରାୟୋଜକ ପରେ ଏବେ ଓଡ଼ିଶା ସରକାର ଆଇ- ଲିଗ୍ ଫୁଟବଲ୍ ଦଳ ଇଣ୍ଡିଆନ୍ ଅରୋଜ୍ର ପ୍ରାୟୋଜକ ସହ ୧୫ ବର୍ଷରୁ କମ୍ ଜାତୀୟ ଫୁଟବଲ୍ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୧୮-୧୯ ବର୍ଷ ଆଇ ଲିଗ୍ରେ ପ୍ରତିନିଧିତ୍ୱ କରୁଥିବା ଇଣ୍ଡିଆନ୍ ଆରୋଜ୍ କ୍ଲବର ଓଡ଼ିଶା ସରକାର ଏହି ପ୍ରାୟୋଜକ ଦାୟିତ୍ୱ ତୁଲାଇବେ । ଏଥିପାଇଁ ୫ କୋଟି ଟଙ୍କ ଓଡ଼ିଶା ସରକାର ଖର୍ଚ୍ଚ କରିବେ । ତାସହ କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ସୁଯୋଗ ଯୋଗାଇଦେବେ ।

ଖେଳାଳିଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଷ୍ଟାଡ଼ିୟମ୍ରେ ରହିବା ଓ ଅଭ୍ୟାସ ଲାଗି ସମସ୍ତ ସୁବିଧା ରହିଥିବାରୁ ଏଙ୍ଖାରେ ଦଳ ପ୍ରଶିକ୍ଷଣ ଶିବିର ସ୍ଥାୟୀ ଭାବେ ହେବ । ସୁଚନା ଯୋଗ୍ୟ ଆଇ- ଲିଗ୍ ଦଳ ଇଣ୍ଡିଆନ୍୍ ଆରୋଜ୍ ଚଳିତ ସିଜିନ୍ ଲାଗି କଳିଙ୍ଗ ଷ୍ଟାଡ଼ିୟମକୁ ଘରୋଇ ପଡ଼ିଆ ଭାବେ ଗ୍ରହଣ କରିଛି । ଅକ୍ଟୋବର ୧୫ରୁ ଅଭ୍ୟାସ ଶିବିର ଷ୍ଟାଡ଼ିୟମ୍ ପରିସରରେ ଆରମ୍ଭ କରିବ । ଆଇ- ଲିଗ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବା ଲାଗି ଗୋଟିଏ ସିଜିନରେ ଦେଢକୋଟିରୁ ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ସର୍ବଭାରତୀୟ ଫୁଟବଲ୍ ମହାସଂଘ ଏବାବଦରେ ୬୦ରୁ ୭୦ ଲକ୍ଷ ଟଙ୍କା ବହନ କରିବା ବେଳେ ଅବଶିଷ୍ଟ ଅର୍ଥ କ୍ଲବ ପକ୍ଷରୁ ଖର୍ଚ୍ଚ କରାଯାଇଥାଏ । ସର୍ବଭାରତୀୟ ଫୁଟବଲ୍ ମହାସଂଘ ବରିଷ୍ଠ ଉପ ସଭାପତି ସୁବ୍ରତ ଦତ୍ତ କହିଛନ୍ତି, ଗୋଅ।।ରେ ଏଆଇଏଫ୍୍ଏଫ୍ ଆଞ୍ଚଳିକ ଫୁଟବଲ୍ ଏକାଡ଼େମୀ ଭତ୍ତିଭୂମିର ଉନ୍ନତି କରାଯାଉଛି । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମକୁ ୧୫ ବର୍ଷରୁ କମ୍ ଦଳର ଶିବିରକୁ ସ୍ଥାନାନ୍ତର କରାଯିବ ।

Related posts

ଚୀନରେ ମେସିଙ୍କୁ ଦେଖିବା ପାଇଁ ଟିକେଟର ଦାମ୍ ୨ ଲକ୍ଷ ଟଙ୍କା

ଲୋବେରା ହେଲେ ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ

ଭାରତର ଫୁଟବଲ ଆଇକନ୍ ସୁନୀଲ ଛେତ୍ରି ଖୁବଶୀଘ୍ର ନେବେ ଅବସର

Odisha Sports Bureau