ନୂଆଦିଲ୍ଲୀ: ମାତ୍ର ୧୨ ରନର ପାଳି । କିନ୍ତୁ ଏହି ଛୋଟ ପାଳିରେ ଥିଲା ଏମିତି ଏକ ଛକା ଯେଉଁଥିରେ ଭାଙ୍ଗି ଯାଇଥିଲା କାଚ । ଏଭଳି ଘଟଣା ଶୁଣିଲେ ୱେଷ୍ଟ ଇଣ୍ଡିଜ ଟିମର ଖେଳାଳୀ କ୍ରିସ ଗେଲଙ୍କ କଥା ତ ନିଶ୍ଚୟ ମୁଣ୍ଡକୁ ଆସିବ । ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଏହି ଗେଲ ଛକା ମାରି ବଲକୁ ପଡିଆ ବାହାରକୁ ପଠାଇବାରେ ମାହିର । ତାଙ୍କର ଏହି କଳାର ଆଉ ଏକ ଝଲକ ଦେଖିବାକୁ ମିଳିଛି କାରବିୟାନ ପ୍ରିମିୟର ଲିଗ(ସିପିଏଲ-୨୦୨୧)ରେ । ମାତ୍ର ୧୨ ରନର ଛେଟ ପାଳିରେ ସେ ଳଗାଇଥିଲେ ଏମିତି ଏକ ଛକା ଯାହା ଦ୍ୱାରା ସାଇଡସ୍କ୍ରିନର କାଚ ଭାଙ୍ଗି ଯାଇଛି ।
A SMASHING HIT by the Universe Boss @henrygayle sees him with the @OmegaXL hit from match 2. #CPL21 #BRvSKNP #CricketPlayedLouder #OmegaXL pic.twitter.com/8001dFwNWQ
— CPL T20 (@CPL) August 27, 2021
ୟୁନିଭର୍ସ ବସ୍ ଗେଲ ଏହି ଲିଗରେ ସେଣ୍ଟ କିଟ୍ସ ଆଣ୍ଡ ନେଭିସ ତରଫରୁ ଖେଳୁଥିବା ବେଳେ ୱାର୍ଣ୍ଣର ପାର୍କରେ ଗୁରୁବାର ଦିନ ବାରବାଡୋସ ବିରୋଧରେ ଏହି ଛକା ଲଗାଇଥିଲେ । ତେବେ ଏହି ମ୍ୟାଚରେ ଗେଲଙ୍କ ଦଳ ୨୧ ରନରେ ପରାଜିତ ହୋଇଛି । ଏହି ମ୍ୟାଚରେ ଗେଲ ତୃତୀୟ ନମ୍ବରରେ ପଡିଆକୁ ଓହ୍ଲାଇଥିଲେ । ତେବେ ତାଙ୍କର ଏହି ୧୨ ରନର ପାଲିରେ ଜାସନ ହୋଲ୍ଡରଙ୍କୁ ଷ୍ଟ୍ରେଟ ଡ୍ରାଇଭରେ ଏହି ଛକା ଲଗାଇଥଲେ । ଯାହା ସିଧା ଯାଇ ସାଇଡସ୍କ୍ରିନରେ ବାଜିବାରୁ ଏହାର କାଚ ଭାଙ୍ଗିଯାଇଥିଲା । ଏହି ମୁକାବିଲାରେ ସେଣ୍ଟ କିଟ୍ସ ଦଳ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ସେରଫନ ରଦରଫୋର୍ଡ ୪୩ ବଲ୍ରେ ୨ ଚୌକା ଓ ୪ ଛକା ସହ ୫୩ ରନ କରିଥିଲେ। ତାଙ୍କ ବ୍ୟତୀତ ଅଧିନାୟକ ଡ୍ଵେନ ବ୍ରାଭୋ ୩୫ ବଲ୍ରୁ ଏକ ଚୌକା ଓ ୪ ଛକା ସହ ୪୭ ରନ କରିଥିଲେ। ଜବାବରେ ବାରବାଡୋସ ଦଳ ୭ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ସାଇ ହୋପ୍ ସର୍ବାଧିକ ୪୪ ରନ କରିଥିଲେ। ତେବେ ଏହି ମ୍ୟାଚରେ ସବୁଠୁ ରୋମାଞ୍ଚକର କ୍ଷଣ ଥିଲା ଗେଲଙ୍କର ଏହି ବିଶାଳକାୟ ଛକା ।