volleyball

ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚମ୍ପିୟନ

ଭୁବନେଶ୍ୱର :  ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋର୍ଟସ କାଉନସିଲ୍ ଦ୍ଵାରା ପ୍ରଯୋଜିତ ଆନ୍ତ ମହାବିଦ୍ୟାଳୟ ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି I ଏଲ୍. ଏନ୍.ସାହୁ ମହାବିଦ୍ୟାଳୟ,ଜଗତପୁର ପରିସରରେ ଅନୁଷ୍ଠିତ ଏହି  ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ଜି.ସି.ପି.ଇ), ଭୁବନେଶ୍ୱରର ମହିଳା ଦଳ୨-୦ ସେଟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ମହିଳା ଦଳକୁ ପରାସ୍ତ କରି ଚମ୍ପିୟାନ ଟ୍ରଫି ହାସଲ କରିଛି ।

   ପୂର୍ବରୁ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଜି.ସି.ପି.ଇ ୨-୦ ସେଟ୍ ରେ ରିଜିଓନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ୍ କୁ ପରାସ୍ତ କରି ଏହାର ବିଜୟ ଅଭିଯାନ ଆରମ୍ଭ କରିଥିଲା। ସେମିଫାଇନାଲ ମ୍ୟାଚରେ ଜି.ସି.ପି.ଇ ଆୟୋଜକ ଏଲ୍. ଏନ୍.ସାହୁ ମହାବିଦ୍ୟାଳୟ, ଜଗତପୁର କୁ ୨-୦ ସେଟ୍ ରେ ପରାସ୍ତ କରି ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ଜି.ସି.ପି.ଇ ପକ୍ଷରୁ ଅନୁସୂୟା(ଅଧିନାୟକା), ରୁଚିସ୍ମିତା, ମାମୁନି, କୌଶଲ୍ୟା,ବିଜୟଲକ୍ଷ୍ମୀ, ଜ୍ୟୋତ୍ସ୍ନା, ମାମାଲି,ମଧୁସ୍ମିତା, ସସ୍ମିତା, ଫାଲଗୁନି, ମନୀଷା,ମାଳତୀ ପ୍ରମୁଖ ଖେଳାଳୀଙ୍କ ଭଲ  ପ୍ରଦର୍ଶନ ଦଳ ପାଇଁ ସଫଳତା ଆଣି ଦେଇଥିଲା । ଅଧ୍ୟାପିକା ଶ୍ରୀମତୀ ପତ୍ରପୁଷ୍ପା ମହାନ୍ତି ଦଳର ପ୍ରଶିକ୍ଷକ ତଥା ପରିଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ I ମହିଳା ଦଳର ଏହି ସଫଳତା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତାରାଣୀ ଟପ୍ପୋ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts

୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱପ୍ରତିଯୋଗିତା ଭାରତୀୟ ଦଳରେ ଓଡିଆ ଖେଳାଳି

Odisha Sports Bureau

ଭାରତୀୟ ଭଲିବଲ ଦଳର ଉଜ୍ଜ୍ୱଳ ଭବିଷ୍ୟତ ରାହୁଲ ବାରିକ

Odisha Sports Bureau

ଏସିଆନ ମହିଳା ଭଲିବଲ ଚ୍ୟାଲେଞ୍ଜ କପ 2024 : ଇରାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଟିମ