More Sports

ଏସିଆନ ପାରା ଗେମ୍ସ : ୭ ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏସିଆନ ପାରା ଗେମ୍ସରେ ଭାଗ ନେଇଥିବା ଓଡ଼ିଶାର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି। ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେଇଥିବା ଏସିଆନ ପାରା ଗେମ୍ସରେ ସଫଳତା ପାଇଁ ଆଥଲେଟ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଚଳିତ ଏସିଆନ ପାରା ଗେମ୍ସରେ ଓଡ଼ିଶାରୁ ଯାଇଥିବା ପାରା ଆଥଲେଟ୍ସ ମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୁଜାସ୍ବିନୀ ନାୟକ। ସେମାନେ ଏସିଆନ ପାରା ଗେମ୍ସକୁ ମନୋନିତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଗେମ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

Related posts

କୋଭିଡ-୧୯ ମଧ୍ୟରେ ୧୦୦ ମିଟର ଦୌଡ଼ରେ ନନ୍ଦା

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau

ଜାତୀୟ କ୍ରୀଡ଼ାରେ ପଦକ ବିଜେତାଙ୍କୁ ନଗଦ ପ୍ରୋତ୍ସାହନ ;  ଓଡ଼ିଶା ଦଳରେ ୩୧ଟି ବିଭାଗରେ ୩୦୦ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ

Odisha Sports Bureau