Cricket

ଅଲଗା ହେବେ କି ଷ୍ଟାର୍‌ ଦମ୍ପତି କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ‌ଷ୍ଟୋନ୍‌କୋଭିକ୍‌

ଅଲଗା ହେବେ କି ଷ୍ଟାର୍‌ ଦମ୍ପତି କ୍ରିକେଟର୍‌ | ହଁ ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ‌ଷ୍ଟୋନ୍‌କୋଭିକ୍‌ ଅଲଗା ହେବାର ଚର୍ଚ୍ଚା ଏବେ ଜୋର ଧରୁଛି |ଏପରି ଏକ ଚର୍ଚ୍ଚା ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ହେଉଛି। ‌କେତୋଟି ଛୋଟ ଛୋଟ କଥାକୁ ନେଇ ପ୍ରଶଂସକମାନେ ଏପରି ଅନୁମାନ କରୁଛନ୍ତି। ପୂର୍ବରୁ ଦୁହେଁ ଦୁହିଁଙ୍କ ଷ୍ଟୋରିରେ ଲଗାତର ପରସ୍ପରଙ୍କ ଫଟୋ ରଖୁଥିବା ବେଳେ କିଛି ଦିନ ହେବ ସେପରି କରୁନାହାନ୍ତି। ନତାଶା ମଧ୍ୟ ନିଜ ନାମରୁ ପାଣ୍ଡ୍ୟା ସାଙ୍ଗିଆକୁ ହଟାଇ ଦେଇଛନ୍ତି।

ପୂର୍ବରୁ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ତାଙ୍କ ନାମ ନତାଶା ‌ଷ୍ଟୋନ୍‌କୋଭିକ୍‌ ପାଣ୍ଡ୍ୟା ଥିବା ବେଳେ ଏବେ ସେଥିରୁ ପାଣ୍ଡ୍ୟାକୁ ହଟାଇ ଦେଇ କେବଳ ନତାଶା ‌ଷ୍ଟୋନ୍‌କୋଭିକ୍‌ କରି ଦେଇଛନ୍ତି। ସୋସିଅଲ୍‌ ମିଡିଆରେ ଏକ ରେଡ୍ଡିଟ୍‌ ପୋଷ୍ଟ୍‌ରେ ପାଣ୍ଡ୍ୟା ଓ ନତାଶା ଅଲଗା ହୋଇଛନ୍ତି ବୋଲି ପ୍ରଶ୍ନ ପଚାରିବା ଶୈଳୀରେ ଉଲ୍ଲେଖ କରାଯାଇଛି। ଏହି ଭାଇରାଲ୍‌ ପୋଷ୍ଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହା କେବଳ ଅନୁମାନ କରାଯାଉଛି। ସେମାନଙ୍କ ସୋସିଆଲ୍‌ ମିଡିଆ କାର୍ଯ୍ୟକଳାକୁ ଲକ୍ଷ କରାଯାଇ ଏପର ଅନୁମାନ କରାଯାଉଛି। ମାର୍ଚ ୪ ତାରିଖରେ ନତାଶାଙ୍କ ଜନ୍ମଦିନ ଥିଲା, ହେଲେ ଏହି ଦିନ ପାଣ୍ଡ୍ୟା କିଛି ବି ପୋଷ୍ଟ୍‌ କରିନଥିଲେ। ଏହାଛଡ଼ା ନତାଶା ପାଣ୍ଡ୍ୟାଙ୍କ ସହ ଥିବା ତାଙ୍କର ଅନେକ ଫଟୋକୁ ହଟାଇ ଦେଇଛନ୍ତି। କେବଳ ସେଇ ଫଟୋଗୁଡ଼ିକ ଅଛି, ଯେଉଁଥିରେ ତାଙ୍କ ପୁଅ ଅଗସ୍ତ୍ୟା ଅଛି। ହାର୍ଦ୍ଦିକ ଓ ନତାଶା ୨୦୨୦ ମସିହା ମେ ୩୧ ତାରିଖରେ ବିବାହ କରିଥିଲେ। ସେହିପରି ଜୁଲାଇ ୩୦ ତାରିଖରେ ନିଜର ପ୍ରଥମ ପିଲା ଅଗସ୍ତ୍ୟକୁ ସ୍ବାଗତ କରିଥିଲେ।

Related posts

ପିଙ୍କ ବଲ ଟେଷ୍ଟ ମ୍ୟାଚର ଟିକେଟ ଅର୍ଥ ଫେରାଇବ ସିଏବି

Odisha Sports Bureau

ଆଜିଠୁ ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ

Odisha Sports Bureau

ପ୍ରଥମ କ୍ୱାଲିଫାୟରରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ସାମ୍ନାସାମ୍ନି ହେବେ