Cricket

ପୁଣି ଥରେ ଏକ ନମ୍ବର ସ୍ଥାନରେ ‘ହିଟମ୍ୟାନ’

ଟିମ୍ ଇଣ୍ଡିଆର ଦକ୍ଷ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିନିକିଆ ବ୍ୟାଟ୍ସମ୍ୟାନ ରାଙ୍କରେ ଏକ ନମ୍ବର ସ୍ଥାନ ହାସଲ କରି ପୁଣି ଥରେ ସମସ୍ତଙ୍କ ନଜରକୁ ଆସିଛନ୍ତି । ‘ହିଟମ୍ୟାନ’ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲଙ୍କୁ ହଟାଇ ପୁନର୍ବାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଡାରିଲ୍ ମିଚେଲଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଦୁଇଟି ଦିନିକିଆ ଖେଳି ନପାରି ତାଲିକାରେ ଖସି ଦ୍ୱିତୀୟ ସ୍ଥାନକୁ ଯାଇଛନ୍ତି । ତେବେ ବିରାଟ କୋହଲି ଏବଂ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ସଦ୍ୟତମ ଦିନିକିଆ ରାଙ୍କିଙ୍ଗରେ ସେମାନଙ୍କର ସ୍ଥାନ ବଜାୟ ରଖିଛନ୍ତି, ଯେଉଁଥିରେ କୋହଲି ୫ମ ଏବଂ ଗିଲ୍ ୪ର୍ଥ ସ୍ଥାନରେ ଅଛନ୍ତି ।

Image

ସେହିପରି ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର ରଚିନ ରବିନ୍ଦ୍ର ଗୋଟିଏ ସ୍ଥାନ ଉପରକୁ ଉଠି ୧୨ତମ ସ୍ଥାନରେ ପହଞ୍ଚିଛନ୍ତି । ଡେଭନ୍ କନୱେ ପଚାଶ ଓଭର ଫର୍ମାଟରେ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ୩୧ତମ ସ୍ଥାନ ହାସଲ କରିଛନ୍ତି । ବ୍ଲାକ୍ କ୍ୟାପ୍ସ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିବା ପରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ୍ ୮ମ ସ୍ଥାନରେ ପହଞ୍ଚିଛନ୍ତି ।

Rohit Sharma rises to No. 3 after Champions Trophy final heroics, Virat  Kohli drops in ICC ODI rankings - India Today

Related posts

ସୁପରଷ୍ଟାର ରଜନୀକାନ୍ତ ପୋଜ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି

Odisha Sports Bureau

ନଭେମ୍ବର ୪ ତାରିଖରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Odisha Sports Bureau

ଚୌକା ମାରି ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି