Hockey

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

( ଓଡିଶା ସ୍ପୋର୍ଟ): ବିଶ୍ୱକପ୍ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍ ଓଭର ମ୍ୟାଚ୍ । ସରିଯାଇଛି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍ । ଆଜି କ୍ରସ୍ ଓଭରରେ ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଚୀନ୍ । ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଜୟୀ ଦଳ କ୍ୱାର୍ଟର୍ ଫାଇନାଲକୁ ପ୍ରବେଶ କରିବ । ତେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଇଂଲଣ୍ଡର ପଲା ଭାରି ରହିଛି । ତେଣୁ ଏହି ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହେବାର ଆଶା କରାଯାଉଛି । ୪ ଟି ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଆସନ୍ତା କାଲି ହେବାକୁ ଥିବା କ୍ରସ୍ ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ ତାଙ୍କ ସହିତ ବୁଧବାର ଭାରତ ମୁକାବିଲା କରିବ ।

ଗ୍ରୁପ ପର୍ଯ୍ୟାୟ ରେ ଭାରତ କାନାଡାକୁ ହରାଇଥିଲା । କିନ୍ତୁ ନେଦରଲାଣ୍ଡ ଏକ ଶକ୍ତିଶାଳୀ ଦଳ । ବିଶ୍ୱ ର୍ୟାକିଂରେ ଭାରତ ୫ ନମ୍ବର ସ୍ଥାନରେ ଥିବା ବେଳେ ନେଦରଲାଣ୍ଡ ୪ ନମ୍ବର ସ୍ଥାନରେ ରହିଛି ।

Related posts

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶାକୁ କାଂସ୍ୟ

Odisha Sports Bureau

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau