Uncategorized

ସୁଟିଂ ବିଶ୍ୱକପ୍ରେ ଭାରତକୁ ସ୍ୱର୍ଣ୍ଣ

ବକୁ: ସୁଟିଂରେ ବିଶ୍ୱକପ୍ରେ ଭାରତକୁ ସ୍ୱର୍ଣ୍ଣ । ଭାରତୀୟ ଯୋଡ଼ି ଦିବ୍ୟା ସୁବାରାଜୁ ଥାଡ଼ିଗୋଲ ଓ ସରବଜୋତ ସିଂହ ଆଜରବୈଜାନର ବକୁରେ ଚାଲିଥିବା ଆଇଏସ୍ଏସ୍ଏଫ୍ ସୁଟିଂ ବିଶ୍ବକପ୍ରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍ ଇଭେଣ୍ଟ୍ ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ସର୍ବିଆର ଜୋରାନା ଅରୁନୋଭିକ ଓ ଡାମିର ମିକେକଙ୍କୁ ହରାଇ ଏହି ପଦକ ଜିତିଥିଲେ। ଦିବ୍ୟା ଓ ସରବଜୋତ ୫୫ ଦଳୀୟ ଯୋଗ୍ୟତା ରାଉଣ୍ଡରେ ୫୮୧ ପଏଣ୍ଟ ସହ ପଦକ ଦୌଡ଼ରେ ସାମିଲ ହୋଇଥିଲେ। ସ୍ବର୍ଣ୍ଣ ମୁକାବିଲାରେ ଏହି ଯୋଡ଼ି କଡ଼ା ସଂଘର୍ଷ କରି ୧୬-୧୪ରେ ସର୍ବିଆ ଯୋଡ଼ିଙ୍କୁ ମାତ୍ ଦେଇଥିଲେ। ତୁର୍କିର ଇସ୍ମାଇଲ କେଲେସ ଓ ସିମାଲ ୟିଲମାଜ କାଂସ୍ୟ ଜିତିଥିଲେ। ଏହି ପ୍ରତିଯୋଗିତାରେ ସଂପ୍ରତି ଭାରତ ୧ ସ୍ବର୍ଣ୍ଣ ଓ ୧ କାଂସ୍ୟ ସହ ମୋଟ ୨ ପଦକ ପାଇ ଦ୍ବିତୀୟରେ ରହିଥିଲା ବେଳେ ଚୀନ୍ ୧ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ଶୀର୍ଷରେ ରହିଛି।

Related posts

୬୭ତମ ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟରରେ ରବିଙ୍କୁ ସ୍ବର୍ଣ୍ଣ

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ

Odisha Sports Bureau

ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau