Cricket

ଆହତ ଖେଳାଳିଙ୍କୁ ଦିଆଯାଏ କେତେ ଦରମା?

ମୁମ୍ବାଇ : ଖେଳାଳିଙ୍କ ଧମକାଦାର୍ ଛକା ଚୌକାରେ ଜମୁଛି ଆଇପିଏଲ ମ୍ୟାଚ୍। ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେଉଥିବା ବେଳେ ସଂଘର୍ଷ ଦେଖିବାକୁ ମିଳୁଛି । ଖେଳାଳିଙ୍କ ଭିତରେ ଯେତିକି ଯୋଷ ଦର୍ଶକ ଙ୍କ ମନରେ ତା ଠୁଁ ଅଧିକ ଉତ୍ସାହ । କ୍ରିକେଟର ଙ୍କ ଚାମତ୍କର ପ୍ରଦର୍ଶନ ରେ ଫାଟି ପଡୁଛି ଷ୍ଟାଡିୟମ୍। ଏହାରି ଭିତରେ ଖେଲିଲିବି ଯୋସ ସହ ହରାଇ ବାସୁଛନ୍ତି ହୋସ। ଆଉ ଚଳିତ ମ୍ୟାଚରେ ଅନେକ ଖେଳି ହୋଇଛନ୍ତି ଆହତ। ତେବେ ଚେନ୍ନଇ ସୁପର କିଙ୍ଗ ସହ ଗୁଜୁରାଟ ଟାଇଟନର ମ୍ୟାଚ୍ ସମୟରେ ଆଘାତ ହୋଇ ପଡ଼ିଥିଲେ କେ ଉଇଲମ୍ ସନ୍। ଯାହା ପରେ ପୁରା ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଥିଲେ ସେ। ଇଥି ସହ କ୍ରିକେଟର ରିଷବ୍ ପନ୍ତ ମଧ୍ୟ ଦୁର୍ଘଟଣା ପରଠୁ ମ୍ୟାଚରୁ ବାହାରେ ଅଛନ୍ତି। ସେ ଏଥର ଖେଲିପରିବେନି ମ୍ୟାଚ୍। ରିସଭ ପନ୍ଥଙ୍କ ଦୁର୍ଘଟଣା ଏବଂ ମ୍ୟାଚ୍ ସମୟରେ କେନ୍ ୱିଲିୟମସନଙ୍କୁ ଆଘାତ ଲାଗିବା । ଏବେ ଏହି ଦୁଇଜଣ ଖେଳାଳି ପୁରା ଆଇପିଏଲ ସିଜନରୁ ବାହାରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦୁଇ ଦିନ ହେଲା ମ୍ୟାଚ୍ ସମୟରେ ଆହତ ହୋଇଛନ୍ତି ଧୋନି। ତାଙ୍କ ଆଣ୍ଠୁ ରେ ଲାଗିଛି ଆହତ। ତେବେ ଅନେକଙ୍କ ମନରେ ପ୍ରଶ୍ନ ରହିଛି ଯେଉଁମାନେ ମ୍ୟାଚ୍ ପୂର୍ବରୁ ହିଁ ଆଉଟ୍ ହୋଇଯାଉଛନ୍ତି ସେମାନଙ୍କୁ ଟଙ୍କା ମିଳିବ ନା ନାଇଁ । ଏମାନଙ୍କର ଫ୍ରାଞ୍ଚାଇଜ ଏମାନଙ୍କୁ ଟଙ୍କା ଦେବ କି ନାହିଁ । IPLରେ କିପରି ଟଙ୍କା ପାଆନ୍ତି ଖେଳାଳି? ଆଇପିଏଲର ସାଲାରି ସିଷ୍ଟମ କଣ ? ଆଉ ଏହି ସାଲାରି ସିଷ୍ଟମ କାମ କେମିତି କରେ ?
ତେବେ ଯଦି ଖେଳାଳି ଫ୍ଲାଞ୍ଚାଇଜ ସହ ଯୋଡ଼ି ହେବା ପୂର୍ବରୁ ଆହତ ହୋଇ ପୁରା ଟୁର୍ଣ୍ଣାମେଣ୍ଟରୁ ବାହାରେ ରହୁଛନ୍ତି ତେବେ ତାଙ୍କୁ ଫ୍ରାଞ୍ଚାଇଜ ତରଫରୁ କୌଣସି ପେମଣ୍ଟ ମିଳିବ ନାହିଁ । ଯେମିତି ରିଷଭ ପନ୍ଥ । କିନ୍ତୁ ରିଷଭ ଏବେବି ଭାରତୀୟ ଦଳ ସହିତ ଜଡ଼ିତ ରହିଛନ୍ତି ସେଥିପାଇଁ ତାଙ୍କୁ ବିସିସିଆଇ ସବୁ ଖର୍ଚ୍ଚ ତୁଲାଇବ । ତେବେ ଆହତ ଖେଳାଳି କୁ ଫ୍ରଂଚାଇଯ ତରଫରୁ ଟଙ୍କା ବି ମିଳିବ ଯଦି ଖେଳାଳି ବିଳମ୍ବରେ ହେଲେ ବି ଖେଳରେ ଅଂଶ ଗ୍ରହଣ କରିବ । କିନ୍ତୁ ତାଙ୍କୁ ମ୍ୟାଚ୍ ହିସାବରେ ପେମେଣ୍ଟ କରାଯିବ। ଯେମିତି ହେଜଲ ହୁଡ଼ । ହେଜଲ ହୁଡ଼ ଏବେ ବିଳମ୍ବରେ ଫ୍ରାଞ୍ଚାଇଜ ସହ ଜଡ଼ିତ ହେବା କାରଣରୁ ତାଙ୍କୁ ମ୍ୟାଚ୍ ହିସାବରେ ହିଁ ପେମେଣ୍ଟ ମିଳିବ । ତେବେ କେନ୍ ୱିଲିୟମସନ୍ଙ୍କୁ ଏବେ ପୁରା ପେମେଣ୍ଟ ମିଳିବା ସହ ତାଙ୍କର ମେଡିକାଲ ଖର୍ଚ୍ଚ ଫ୍ରାଞ୍ଚାଇଜ ବୁଝୁଛି। କାରଣ ସେ ଫ୍ଲାଞ୍ଚାଇଜ ସହ ଜଡ଼ିତ ଥିବା ବେଳେ ଆଘାତ ହୋଇଥିଲେ। ଯେଉଁଥି ପାଇଁ ଫ୍ରାଞ୍ଚାଇଜ ତାଙ୍କର ପୁରା ମେଡିକାଲ ଖର୍ଚ୍ଚ ଉଥାଉଛି। ଏବେ ଆପଣଙ୍କ ମନରେ ନିହାତି ଏ ପ୍ରଶ୍ନ ଆସୁଥିବ ଯେ ଆଇପିଏଲରେ ଖେଳାଳି ମାନଙ୍କୁ କେମିତି ପେମେଣ୍ଟ କରାଯାଏ । କହି ରଖୁ କି କିଛି ଫ୍ରାଞ୍ଚାଇଜ ଖେଳାଳି ମାନଙ୍କୁ ଅଧା ଅଧା କରି ଟଙ୍କା ଦେଇଥାନ୍ତି । ସେହିଭଳି କିଛି ଫ୍ରାଞ୍ଚାଇଜ ମାନେ ସିଜନ ଶେଷ ହେବା ପରେ ଟଙ୍କା ଦେଇଥାନ୍ତି । କିନ୍ତୁ କାହାରି ଟଙ୍କାକୁ ବାକି ରଖାଯାଏ ନାହିଁ ଆଇପିଏଲରେ । ଆଉ ଯଦି ବି ଟଙ୍କା ବାକି ରଖ ଯାଉଛି ବା ଦେବାରେ ହଇରାଣ କରଜୁଛି ତେବେ ଫ୍ରାଞ୍ଚାଇଜ ଉପରେ ଆକ୍ସନ ନେବ ବିସିସିଆଇ।

Related posts

ଟେଷ୍ଟକୁ ବାଏ ବାଏ କରିବେ ନବୀ

Odisha Sports Bureau

ଆଜି ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ

ଟିମ ସଦସ୍ୟଙ୍କୁ ହାଇଦ୍ରାବାଦୀ ବିରିୟାନୀ ଖୁଆଇଲେ ସିରାଜ