Cricket

ମୁଁ ସବୁବେଳେ ଧୋନିଙ୍କ ଫ୍ୟାନ୍ ହୋଇ ରହିବି: ହାର୍ଦ୍ଦିକ

ଚେନ୍ନାଇ: ମଙ୍ଗଳବାର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ବାଲିଫାୟାର-୧ ମ୍ୟାଚରେ ଫାଇନାଲ୍ ସ୍ଥାନ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଆଇପିଏଲର ଚଳିତ ସିଜିନରେ ଏହି ପ୍ରଥମ ପ୍ଲେ ଅଫ୍ ମ୍ୟାଚ୍ ବିଜେତା ରବିବାର ଖେଳାଯିବାକୁ ଥିବା ଫାଇନାଲ୍ରେ ପହଞ୍ଚିବ। ପରାଜିତ ଦଳ ପ୍ଲେ ଅଫ୍-୨ରେ ଖେଳିବ। ୧୪ ମ୍ୟାଚ୍ରୁ ଗୁଜରାଟ ୨୦ ପଏଣ୍ଟ ଏବଂ ଚେନ୍ନାଇ ୧୭ ପଏଣ୍ଟ ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫ୍ରେ ପହଞ୍ଚିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଏହା ସମ୍ଭବତଃ ଶେଷ ଆଇପିଏଲ୍ ହୋଇଥିବାରୁ ଏହି ମ୍ୟାଚରେ ଘରୋଇ ଦର୍ଶକ ନିଜର ପ୍ରିୟ ଅଧିନାୟକଙ୍କୁ ବିଦାୟ ଦେବାକୁ ବହୁ ସଂଖ୍ୟାରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି।
ତେବେ ଏହି ମ୍ୟାଚ ପୂର୍ବରୁ ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଭିଡିଓ ଜାରି ହୋଇଛି । ଏଥିରେ ହାର୍ଦ୍ଦିକ ସିଏସକେର ଅଧିନାୟକ ଧୋନିଙ୍କୁ ପ୍ରଶଂସା କରୁଛନ୍ତି ଏବଂ କହିଛନ୍ତି ଯେ ସେ ମଧ୍ୟ ତାଙ୍କର ଜଣେ ବଡ ପ୍ରଶଂସକ । ଅନେକ ଲୋକ ଭାବନ୍ତି ଯେ ମାହି ବହୁତ ଗମ୍ଭୀର । କିନ୍ତୁ ମୁଁ ତାଙ୍କ ସହିତ ଥଟ୍ଟା କରେ ଏବଂ ତାଙ୍କୁ ମହେନ୍ଦ୍ର ସିଂ ଧୋନି ଭାବରେ ଦେଖେ ନାହିଁ । ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି । ଅନେକ ସକାରାତ୍ମକ ଜିନିଷ କେବଳ ଦେଖିବା ଦ୍ୱାରା ନୁହେଁ ବରଂ କଥାବାର୍ତ୍ତା ଦ୍ୱାରା ମଧ୍ୟ ଶିଖି ହୋଇଥାଏ । ଧୋନିଙ୍କ ବିଷୟରେ ହାର୍ଦ୍ଦିକ ଆହୁରି କହିଛନ୍ତି ଯେ ମୋ ପାଇଁ ସେ ଜଣେ ବଡ଼ ଭାଇ ଏବଂ ବନ୍ଧୁଙ୍କ ପରି । ମୁଁ ସବୁବେଳେ ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକ ହୋଇ ରହିବି ଧୋନି ଏତେ ଭଲ ଯେ, ତାଙ୍କୁ କେହିବି ଘୃଣା କରିପାରିବେ ନାହିଁ ।

Related posts

ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତତୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

Odisha Sports Bureau

ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ

Odisha Sports Bureau

ଆଇପିଏଲରେ ନିଲାମ ହେଲେ ମିଚେଲଙ୍କଠୁ ଅଧିକ ଦାମରେ ବିକ୍ରି ହେବେ ବିରାଟ କୋହଲି

Odisha Sports Bureau