Cricket

ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ୍ ହେଲେ କଣ ହେବ? ସଲମାନ ଆଗା କହିଲେ ସତ

ନୂଆଦିଲ୍ଲୀ: ବାଂଲାଦେଶ ଟି-୨୦ ବିଶ୍ଵକପ୍ ୨୦୨୬ରୁ ବାହାର ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଆହୁରି ବଢ଼ିଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ପୂର୍ବରୁ ଘୋଷଣା କରିଛି ଯେ ୧୫ ଫେବୃଆରୀରେ କୋଲମ୍ବୋରେ ହେବାକୁ ଥିବା ଭାରତ ବିରୋଧୀ ମ୍ୟାଚ୍‌ରେ ପାକିସ୍ତାନ ଟିମ୍ ଖେଳିବେ ନାହିଁ। ଏହି ପରିସ୍ଥିତିରେ ଯଦି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ହୁଏ, ତେବେ ପାକିସ୍ତାନର ରଣନୀତି କଣ ହେବ ସେନେଇ ପାକିସ୍ତାନ ଦଳର ଅଧିନାୟକ ସଲମାନ ଆଗା ସ୍ପଷ୍ଟ କରିଛନ୍ତି।

ଗୁରୁବାର ହୋଇଥିବା କ୍ୟାପ୍ଟେନ୍‌ମାନଙ୍କ ପ୍ରେସ୍ କନଫରେନ୍ସରେ ସଲମାନ ଆଗା କହିଛନ୍ତି, “ଭାରତ ବିରୋଧରେ ଖେଳିବା ଆମ ନିୟନ୍ତ୍ରଣରେ ନାହିଁ। ଏହା ସରକାରଙ୍କ ନିଷ୍ପତ୍ତି। ଯଦି ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ ସହ ମ୍ୟାଚ୍ ପଡ଼େ, ତେବେ ଆମେ ପ୍ରଥମେ ସରକାରଙ୍କ ପରାମର୍ଶ ନେବୁ।”

Related posts

ଭାରତରେ ଏସିଆ କପ୍ ଓ ପୁରୁଷ ଦିନିକିଆ ବିଶ୍ୱକପକୁ ମାଗଣାରେ ଦେଖାଇବ ହଟଷ୍ଟାର୍

Odisha Sports Bureau

ଦୋସା, ଇଡଲି’ ଗୀତରୁ ମହାଭାରତ…

Odisha Sports Bureau

ଟି୨୦ ବିଶ୍ୱକପକୁ ନେଇ ବିସିସିଆଇ ଅଧିକାରୀଙ୍କୁ ମନ କଥା ଜଣାଇଲେ ରୋହିତ

Odisha Sports Bureau