Cricket

ୱେଷ୍ଟ୍ଇଣ୍ଡିଜ୍କୁ ୨୦୦ ରନ୍ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର;ଭାରତ ଦଳ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌କୁ ୨୦୦ ରନ୍‌ରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ସଫଳତା ପାଇଛି। ଏଥି ସହିତ ଲଗାତାର ୧୩ ଶୃଙ୍ଖଳା ବିଜୟ ସଫଳତାକୁ ମଧ୍ୟ ଆଗକୁ ନେଇଛି ଭାରତ।ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍‌ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ। ଭାରତ ୩୫୧ ରନ୍‌ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଭାରତ ପାଇଁ ମଧ୍ୟ ଏହା ବିନା ଶତକରେ ସର୍ବୋଚ୍ଚ ଦଳଗତ ସ୍କୋର୍‌।ଜବାବରେ ୱେଷ୍ଟଇଣ୍ଡିଜ୍‌କୁ ଭାରତୀୟ ଦ୍ରୁତ ବୋଲର ପ୍ରଥମରୁ ଚାପରେ ପକାଇଥିଲେ। ମୁକେଶ କୁମାର ପ୍ରଥମ ୩ ୱିକେଟ୍‌ ଦଖଲ କରିବା ପରେ ଶାର୍ଦୁଳ ଠାକୁର-ଜୟଦେବ ଉନାଦକଟ୍‌ ମିଳିତ ଭାବେ ୩ ୱିକେଟ୍‌ ଦଖଲ କରିଥିଲେ। କୁଲଦୀପ ଯାଦବ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଅକ୍ତିଆର କରି ବିଜୟରେ ନିଜ ଅବଦାନ ରଖିଥିଲେ।

Related posts

ଚେନ୍ନାଇକୁ ୧୪୦ରନର ଟାର୍ଗେଟ ଦେଲା ମୁମ୍ବାଇ

Odisha Sports Bureau

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ମ୍ୟାଚ୍‌ ନେଇ ଭାରତୀୟ-ଏ ଦଳ ଘୋଷିତ, ରାଜ ବାୱା ଦଳରେ ସାମିଲ

Odisha Sports Bureau

ବିସିସିଆଇ ନେବ ବଦଲା ; ଗାଭାସ୍କର ଦେଲେ ବଡ଼ ବୟାନ !