Cricket

ଲଗାଣ ବର୍ଷା ‌ଯୋଗୁଁ ବାତିଲ ହେଲା ଭାରତ ଓ ନିଉଜିଲାଣ୍ଡ୍‌ ଟିମ୍‌ ଖେଳିବାକୁ ଥିବା ‘ଟି୨୦ଆଇ’ର ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ବାତିଲ ହୋଇଯାଇଛି । କାରଣ ୱେଲିଙ୍ଗ୍‌ଟନ୍‌ରେ ଅତି ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ହୋଇପାରିଲା ନାହିଁ ‘ସ୍କାଏ ଷ୍ଟାଡିୟମ୍‌’ରେ ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ହେବାକୁ ଥିବା ପ୍ରଥମ ‘ଟି୨୦ଆଇ’ । ଏହି ସିରିଜ୍‌ରେ ୩ଟି ମ୍ୟାଚ୍‌ ଖେଳାଯିବା କଥା। ପାଗ ଭଲ ଥିବାରୁ ଏହି ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ରବିବାର ଦିନ ମାଉଣ୍ଟ୍‌ ମଙ୍ଗନୁଇ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଦିନ ୧୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ନଛାଡିବା ଯୋଗୁଁ ୧ଟା ୪୫ ମିନିଟରେ ମ୍ୟାଚ ବାତିଲ ଘୋଷଣା କରାଯାଇଥିଲା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ ୨୦ ତାରିଖରେ ହେବାର ଅଛି ।

ଏହି ସିରିଜରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ବ ଦିଆଯାଇଛି । ହାର୍ଦ୍ଦିକଙ୍କୁ ମଧ୍ୟ ୨୦୨୪ ବିଶ୍ବକପ୍‌ରେ ଦଳର ନେତୃତ୍ବ ଭାର ପ୍ରଦାନ ଲାଗି ସ୍ବର ଉଠିଛି । ଏହି ଶୃଙ୍ଖଳାରେ ମଧ୍ୟ ବିଶ୍ବକପ୍‌ ଖେଳିଥିବା ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଦୀନେଶ କାର୍ତ୍ତିକ, ମହମ୍ମଦ ସାମି ଓ ଆର୍ ଅଶ୍ବିନ ପ୍ରମୁଖ ନାହାନ୍ତି ।

 

 

Related posts

କିଙ୍ଗ୍ସକୁ ହରାଇ ଚତୁର୍ଥରେ କ୍ୟାପିଟାଲ୍ସ

ବୟସ ଜାଲିଆତି ମାମଲାରେ ୨ଓଡ଼ିଆ ଖେଳାଳୀଙ୍କୁ ବ୍ୟାନ

Odisha Sports Bureau

ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ : ପୁରୁଷ କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ ପଦକ

Odisha Sports Bureau

Leave a Comment