Cricket

ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ଏଥିପାଇଁ ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ୟ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି । ଏହି ମେଗା ଇଭେଂଟ ଅକ୍ଟୋବର ୫ରୁ ୧୯ ପର୍ୟ୍ୟନ୍ତ ଆୟୋଜିତ ହେବ । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ତାରିଖରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ । ଭାରତ ତାର ପ୍ରଥମ ମୁକାବିଲାରେ ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆକୁ ଭେଟିବ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ ।
ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ଆସିବାକୁ ରାଜି ହୋଇଛି । ତେବେ କାର୍ୟ୍ୟସୂଚୀ ନେଇ ପାକିସ୍ତାନ ଚିନ୍ତିତ ଅଛି । ପିସିବି ଅହମ୍ମଦାବାଦରେ ଭାରତ ବିପକ୍ଷରେ ଖେଳିବା ପାଇଁ ରାଜି ହୋଇନି । ତେବେ ଏଠାରେ ଫାଇନାଲ ଖେଳିବାରେ କୌଣସି ଅସୁବିଧା ନାହିଁ ପିସିବି ମୂଖ୍ୟ ନଜାମ ସେଠୀ କହିଛନ୍ତି । ପାକିସ୍ତାନର ଅଧିକାଂଶ ମ୍ୟାଚ ଦକ୍ଷିଣ ଭାରତରେ ଆୟୋଜିତ ହେବ ।
୧୦ଟି ଟିମ ମଧ୍ୟରେ ଓଭରାଲ ୪୮ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମୂଖ୍ୟ ଡ୍ରରେ ରହିଛନ୍ତି । ଅନ୍ତିମ ୨ଟି ସ୍ଥାନ ପାଇଁ ଜିମ୍ବାୱେ କ୍ୱାଲିଫାଇଂ ମୁକାବିଲା ଆୟୋଜିତ ହେବ । ଏଥିରେ ପୂର୍ବତନ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବ୍ୟତୀତ ନେଦରଲାଣ୍ଡ, ଆୟର୍ଲାଣ୍ଡ, ନେପାଳ, ଓମାନ, ସ୍କଟଲାଣ୍ଡ, ୟୁଏଇ ଓ ଜିମ୍ବାୱେ ରହିଛନ୍ତି ।

Related posts

ଲାଇଭ ମ୍ୟାଚରେ କାହିଁକି କମେଣ୍ଟ୍ରି ଛାଡି ହଠାତ୍ ଉଠିଆସିଲେ ସୁନୀଲ ଗାଭାସ୍କର?

Odisha Sports Bureau

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

Odisha Sports Bureau

ନବ କଳେବର ହେବ ବାରବାଟୀ ଷ୍ଟାଡ଼ିୟମ

Leave a Comment