Cricket

ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦

ନୂଆଦିଲ୍ଲୀ: ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳା । ଆଜିର ମ୍ୟାଚରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ସେମାନଙ୍କ ନେତୃତ୍ବ ପଦାର୍ପଣର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ଆଇପିଏଲରେ ପ୍ରଶିକ୍ଷକ ଓ ମେଣ୍ଟର ଅଭିଜ୍ଞତା ରଖିଥିବା ଦୁଇ ଥର ବିଶ୍ବ ବିଜେତା ଗମ୍ଭୀରଙ୍କପାଇଁ ଆଗାମୀ ୨୦୨୬ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଏକ ଦୃଢ଼ ଦଳ ଗଠନର ଲକ୍ଷ୍ୟ ରହିଛି । ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରେ ଅବସର ନେଇଥିବା ରାେହିତ ଶର୍ମା ଓ ବିରାଟ କୋହଲିଙ୍କ ନେତୃତ୍ବ ସ୍ଥାନ ନେବା ସୂର୍ଯ୍ୟଙ୍କ ପାଇଁ ଆହ୍ବାନ ରହିଛି । କାରଣ ବିଶ୍ବକପ୍ ଉପଅଧିନାୟକ ଦାୟିତ୍ବରେ ଥିବା ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟ କୁମାରଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି । ଉପଅଧିନାୟକ ଦାୟିତ୍ବରେ ଶୁବମନ ଗିଲ୍ ରହିଛନ୍ତି । ଗିଲଙ୍କ ନେତୃତ୍ବରେ ଭାରତ ନିକଟରେ ଶେଷ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା । ଗିଲ୍ ଓ ଜୟସ୍ବାଲ ଓପନିଂ ଦାୟିତ୍ବ ସମ୍ଭାଳିବା ପ୍ରାୟ ନିଶ୍ଚିତ ରହିଛି । ଗମ୍ଭୀର ଓ୍ବିକେଟ୍ କିପିଂରେ ସଞ୍ଜୁ ସାମସନଙ୍କ ବଦଳରେ ଋଷଭ ପନ୍ତଙ୍କୁ ଖେଳାଇବାର ସମ୍ଭାବନା ଅଧିକ । ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ମିଳିଥିବାରୁ ସେମାନଙ୍କ ସ୍ଥାନ ଅର୍ଶଦୀପ ସିଂହ ଓ ରବି ବିଷ୍ଣୋୟୀ ପୂରଣ କରିପାରନ୍ତି । ସେପଟେ ସୁଦୃଢ଼ ଭାରତୀୟ ଟିମ୍ ର ସଫଳ ମୁକାବିଲା କରିବାକୁ ଶ୍ରୀଲଙ୍କା ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

Related posts

ବିଜୟ ହଜାରେ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଗୋଟିଏ ଓଭରରେ ଲଗାତାର ପାଞ୍ଚଟି ଛକା

Odisha Sports Bureau

ପୂରନଙ୍କ ପେଟରେ ଅର୍ଶଦୀପଙ୍କ ବଲ୍‌ ଛାପ

Odisha Sports Bureau

ଶାର୍ଦୁଲ ଏବଂ ଅକ୍ଷରଙ୍କ ଦମଦାର ବ୍ୟାଟିଂ, ଆଇପିଏଲର ସବୁଠୁ ବଡ଼ ସ୍କୋର କଲା ଦିଲ୍ଲୀ

Odisha Sports Bureau