Cricket

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର

ଭାରତ ବିପକ୍ଷ ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର । ସେ ଆହତ କାରଣରୁ ଏହି ସିରିଜରୁ ବାଦ ପାଡିଛନ୍ତି । ତେବେ ତାଙ୍କ ସ୍ତାନରେ ଏବେ ଦିଲ୍ସାନ ମଦୁଶଙ୍କାଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ରହିଛି । ଗତ ଗୁରୁବାର ଅଭିଜ୍ଞ ପେସ୍ ବୋଲର ଦୁଷ୍ମନ୍ତ ଚାମିରା ବାଦ ପଡ଼ିଥିଲେ ଏବଂ ତାଙ୍କ ସ୍ଥାନରେ ଆସିଥା ଫର୍ଣ୍ଣାଣ୍ଡୋଙ୍କୁ ସୁଯୋଗ ମିଳିଥିଲା ।
ସୂଚନା ଅନୁଯାୟୀ, ଗତ ବୁଧବାର ଫିଲ୍ଡିଂ ଅଭ୍ୟାସ କରିବା ସମୟରେ ତୁଷାରାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା ଏବଂ ହାଡ଼ ଭାଙ୍ଗି ଯାଇଥିଲା । ଫଳରେ ସେ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡ଼ିଛନ୍ତି ।’
ତେବେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ତୁଷାରା ୩ଟି ମ୍ୟାଚ୍ ଖେଳି ୮ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ବାଂଲାଦେଶ ବିପକ୍ଷ ଏକ ଟି-ଟ୍ୱେଣ୍ଟିରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ । ଏହି ମ୍ୟାଚ୍ରେ ସେ ୨୦ରନ୍ ନେଇ ୫ଟି ୱିକେଟ୍ ହାତେଇଥିଲେ । ଆସନ୍ତା ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୨୮ ଓ ୩୦ ତାରିଖରେ ଶେଷ ୨ଟି ଟି-ଟ୍ୱେଣ୍ଟି ରହିଛି ।

Related posts

ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବ ଭାରତ

Odisha Sports Bureau

ରୋହିତ ଶର୍ମାଙ୍କୁ ତାଙ୍କର ଶିକାର କଲେ କେବଳ ୨୦ ବର୍ଷୀୟ ବୋଲର

Odisha Sports Bureau

କ୍ରିକେଟକୁ ବାଏ ବାଏ କଲେ ଓଡିଶାର ବୋଲର ବସନ୍ତ ନାୟକ

Odisha Sports Bureau