Cricket

ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ, ମୟଙ୍କ ଆଉଟ୍

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବ୍ୟାଟିଂ ଜାରି ରଖିଛି । ୪ ଟେଷ୍ଟ ମ୍ୟାଚର ୩ୟ ମୁକାବିଲାରେ ବୁଧବାର ଭାରତ ଟସ ଜଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପର୍ଥ ଟେଷ୍ଟରେ ହାରିବା ପରେ ଭାରତ ବେଶ ସତର୍କତା ମୂଳକ ଭାବରେ ବ୍ୟାଟିଂ ଜାରି ରଖିଛି ।
ଆଜି ଦୁଇ ନୂଆ ଓପନରଙ୍କୁ ନେଇ ଭାରି ମ୍ୟାଚ୍ ଆରମ୍ଭ କରିଥିଲା। ଦୁଇ ଓପନ୍ରଙ୍କ ମଧ୍ୟରୁ ହନୁମା ବିହାରୀ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ।

ତେବେ ଟେଷ୍ଟ୍ ମ୍ୟାଚ୍ରେ ଆଜି ଡେବ୍ୟୁ କରିଥିବା ମୟଙ୍ଗ ଅଗ୍ରୱାଲ୍ ଭଲ ଖେଳିଥିଲେ। ପଦାର୍ପଣ ମ୍ୟାଚ୍ରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୯୫ଟି ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ମୟଙ୍କ ୭୬ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ସେ ୧୬୧ ବଲ୍ରୁ ୮ଟି ଚୌକା ଓ ଗୋଟିଏ ଛକ୍କା ସହିତ ୭୬ ରନ୍ ସଂଗ୍ରହ କରିଥିଲେ।

ହନୁମା ବିହାରୀଙ୍କ ଭଳି ମୟଙ୍କ ମଧ୍ୟ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଛନ୍ତି। କମିନ୍ସଙ୍କ ଏକ ବାଉନସର୍ ବଲ୍ରେ ସେ ଅଧିନାୟକ ତଥା ୱିକେଟ୍ କିପର୍ ଟିମ୍ ପାଇନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଛନ୍ତି।

ଚା’ପାନ ବିରତି ସୁଦ୍ଧା ଦଳ ଦୁଇ ୱିକେଟ୍ ହରାଇ ୧୩୧ ରନ୍ ସଂଗ୍ରହ କରିଛି। ମୟଙ୍କ ଆଉଟ୍ ହେବା ପରେ ବିରାଟ କୋହଲି କ୍ରିଜ୍କୁ ଆସିଛନ୍ତି। ତାଙ୍କ ସହିତ ଚେତେଶ୍ୱର ପୂଜାରା ଅଛନ୍ତି।

Related posts

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

Odisha Sports Bureau

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

Odisha Sports Bureau

ବଲିଉଡରେ ଡେବ୍ୟୁ କରିବେ ସ୍ପୋର୍ଟସ୍ ସେଲିବ୍ରିଟି ଶିଖର ଧାୱନ