Cricket

ଭାରତ ଜିମ୍ବାୱେ ଓଡିଆଇ ସିରିଜ

ନୂଆଦିଲ୍ଲୀ: ଅଗଷ୍ଟ ୧୮ ତାରିଖରେ ଭାରତ ଜିମ୍ବାୱେ ମଧ୍ୟରେ ଓଡିଆଇ ସିରିଜ ମ୍ୟାଚ ଖେଳାଯିବ। ଏଥିପାଇଁ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ବାଦ ଦିଆଯାଇଛି। ବର୍ତ୍ତମାନ ଜିମ୍ବାୱେ ବିପକ୍ଷ ଓଡିଆଇ ସିିରିଜ ପାଇଁ ଦଳରେ ଶାହବାଜ ଅହମ୍ମଦଙ୍କୁ ସୁନ୍ଦରଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ଜିମ୍ବାୱେ ବିପକ୍ଷରେ ଭାରତକୁ ୩ଟି ମ୍ୟାଚ ଖେଳିବାକୁ ପଡିବ। ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଶ୍ରୀ ଧୱନଙ୍କୁ ପ୍ରଥମେ ଅଧିନାୟକ କରାଯାଇଥିଲା। କିନ୍ତୁ ପରେ କେଏଲ ରାହୁଲ ଫିଟ ହେବା ପରେ ଧୱନଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା ଏବଂ ରାହୁଲଙ୍କୁ ଅଧିନାୟକତ୍ୱ କରାଯାଇଥିଲା। ବିସିସିଆଇର ଏପରି ନିଷ୍ପତ୍ତିକୁ ଖେଳ ପ୍ରେମୀମାନେ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ଜିମ୍ବାୱେ ବିପକ୍ଷ ସିରିଜରେ ବିଶ୍ରାମ ନେଇଛନ୍ତି। ଏ ସମସ୍ତ ଖେଳାଳିଙ୍କୁ ଏସିଆ କପରେ ପୁଣି ଥରେ ଖେଳା ଯିବ। ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ସଂପ୍ରତି ଦିନିକିଆ ଦଳରେ କେଏଲ ରାହୁଲ (ଅଧନାୟକ), ଶିଖର ଧାୱନ (ଉପ ଅଧନାୟକ), ଋତୁରାଜ ଗାଇକୱାଡ, ଶୁବମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ, ସଞ୍ଜୁ ସାମସନ, ଶାର୍ଦ୍ଦୁ ଠାକୁର, କୁଳଦୀପ ଯାଦବ, ଆକାର ପଟେଲ, ଆବେଶ ଖାନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଦୀପକ ଚହର ଶାହାବଦ ଅହମ୍ମଦ ରହିଛନ୍ତି।

Related posts

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

Odisha Sports Bureau

ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

Odisha Sports Bureau

ବାଂଲାଦେଶ ଟୁର ପାଇଁ ବିସିସିଆଇର ଟିମ୍ ଘୋଷଣା, ବାଦ ପଡ଼ିଛନ୍ତି ଷ୍ଟାର ଖେଳାଳି